ନବପତ୍ରିକା
ଦେଖଣା
ନବପତ୍ରିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନବ=୯+ପତ୍ର+କ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଆଶ୍ୱିନ ଓ ଚୈତ୍ର ମାସରେ ଶୁକ୍ଳ ୭ମୀ ଠାରୁ ନବମୀ ପର୍ଯ୍ୟନ୍ତ ଦିବସକ୍ରୟବ୍ୟାପୀ ନଅ ଜାତୀୟ ପତ୍ରନିର୍ମିତ ଦୁର୍ଗାମୂର୍ତ୍ତିଙ୍କର ପୂଜା —୧. The worship of Goddess Durgā for ୩ days in the months of Āṡwina and ch&aline;iline;tra.
[ଦ୍ରଷ୍ଟବ୍ୟ —ଏହି ପୂଜା ଆଶ୍ୱିନ ଓ ଚୈତ୍ର ଶୁକ୍ଳ ସପ୍ତମୀଠାରୁ ଆରମ୍ଭ ହୁଏ ଓ ନବମୀ ଦିନ ଶେଷ ହୁଏ କଦଳୀ, ସାରୁ, ହଳଦୀ, ଅଶୋକ, ଡାଳିମ୍ୱ, ବେଲ, ଜୟନ୍ତି, ମାଣସାରୁ ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ୨ ମୂର୍ତ୍ତି ଗଠନ କରି ପୂଜା କରିବାର ବିଧି ଥିବାରୁ 'ନବପତ୍ରିକା' ଏହି ନାମ ହୋଇଅଛି ]
- ୨. ଉପର୍ଯ୍ୟୁକ୍ତ ନଅଟି ପତ୍ରରେ ନିର୍ମିତ ଦୁର୍ଗାଙ୍କର ମୂର୍ତ୍ତି — ୨. The image of Goddess Durgā made of nine kinds of leaves of particular trees and plants.
- ୩. ଦୁର୍ଗାଙ୍କର ଆଶ୍ୱିନ ଓ ଚୈତ୍ର ଶୁକ୍ଳ—ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ବିହିତ ନବରାତ୍ର—ପୂଜା —୩. The worship of goddess Durgā for ୯ nights in the month of Āṡwinaand ch&aline;iline;tra.