ନମାଜ୍ କରିବା
ନମାଜ୍ କରିବା
ଉଚ୍ଚାରଣ
[ସମ୍ପାଦନା](ନମାଜ ପଢ଼ିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଆଲ୍ଲାଙ୍କୁ ଉପାସନା କରିବା; (ମୁସଲମାନମାନେ) କୋରାନର ମନ୍ତ୍ର ବା ସୁରା ପାଠପୂର୍ବକ ଆଲ୍ଲାଙ୍କୁ ଡାକି ସ୍ତୁତିପାଠ ଓ ନମସ୍କାର କରିବା — To salute to God by reciting the texts of the Koran (by Mahomedans); to pray to God with recitals from the Koran and gesticulations and postures, five times during ୨୪ hours.
[ଦ୍ରଷ୍ଟବ୍ୟ —ପ୍ରତ୍ୟେକ ମୁସଲମାନଙ୍କର ଦନିକ ୫ଥର ନମାଜ୍ ପଢ଼ିବାର ବିଧି ଅଛି ମୃହହାତ ଧୋଇ ଖଣ୍ଡିଏ ସ୍ୱତନ୍ତ୍ର ଆସନରେ ଆଣ୍ଠୁ ମାଡ଼ି ବସି ଓ ଠିଆହୋଇ ଓ ମୁଣ୍ଡ ତଳକୁ ଲଗାଇ ମକ୍କାଆଡ଼କୁ ମୁହଁ କରି ନମାଜ୍ ପଢ଼ିବାକୁ ହୁଏ
ନମାଜ ପଢ଼ିବାର ନିର୍ଦ୍ଦିଷ୍ଟ ସମୟ:— (ଫଜର୍) ବଡ଼ିଭୋର୍ ୪ଟା ବେଳେ (ସୂର୍ଯ୍ୟେଦୟ ପୂର୍ବରୁ); ୨ (ଜୋହର୍) ଅପରାହ୍ନ୧ଟା ବେଳେ (ଦ୍ୱିପହର ପରେ); ୩ (ଅସର୍) ଅପରାହ୍ନ ୩ଟା ଠାରୁ ୪ଟା ବେଳେ; ୪ (ମଗ୍ରୀବ୍) ସୂର୍ଯ୍ୟୀସ୍ତର ଠିକ୍ ପୂର୍ବରୁ; ୫ (ଏସା) ରାତି ୮ଟା ବେଳେ
ଗୈନିକ ନମାଜ୍ ପଢ଼ିବା ଛଡ଼ା ସପ୍ତାହ ମଧ୍ୟରେ ପ୍ରତି ଶୁକ୍ରବାର ଦିନ ମସଜିଦରେ ମୁସଲମାନମାନେ ଏକତ୍ର ହୋଇ ଇଶ୍ୱରୋପାସନା କରନ୍ତି ଏହାକୁ ଯୁମା ନମାଜ କହନ୍ତି ଏହି ବିଶେଷ ନମାଜ୍ ଇଦ୍ଦିନ ୯ଟା ଠାରୁ ୧୧: ଟା ପର୍ଯ୍ୟନ୍ତ କରାଯାଏ ଏହାକୁ ଇଦନାମାଜ କହନ୍ତି
ଏହା ଛଡ଼ା ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ ସମୟରେ, , ଅନାବୃଷ୍ଟି ସମୟରେ, କୌଣସି ବ୍ୟକ୍ତିର ମୃତ୍ୱ ଘଟିଲେ ନମାଜ୍ କରାଯାଏ— ହିନ୍ଦୀ - ଶବ୍ଦସାଗର
ନମାଜର ୩ ଅଂଶ ଯଥା:— ଫର୍ଜ୍—ଯାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବୋଲାଯାଏ; ୨ ସନ୍ନତ୍—ଯାହା ହଜ୍ରତ୍ ମହମ୍ମଦ୍ ପାଠ କୁରୁଥିଲେ; ୩ ନଫୀଲ୍—ଯାହା ପ୍ରାର୍ଥନାକାରୀ ନିଜର ଧର୍ମ— ସାଧନାର୍ଥ ପାଠକରେ
ନମାଜର ଧର୍ମ—ଈଶ୍ୱର ଏକମାତ୍ର ପ୍ରଭୂ, ତାଙ୍କଛଡ଼ା ଅନ୍ୟକେହି ପ୍ରଭୂ ନାହିଁ ମହମ୍ମଦ ତାଙ୍କର ପୟମ୍ୱର ତେଣୁ ତାଙ୍କ, ସମସସ୍ତଙ୍କର ପ୍ରଶଂଶା କରିବା ଉଟିତ୍, ଇତ୍ୟାଦି ଏହାଛଡ଼ା କୋରାନ୍ରୁ କେତେ ଗୁଡ଼ିଏ ସୁରା ବା ସୂକ୍ତ ନମାଜ୍ ବେଳେ ପଢ଼ାଯାଏ]