ନମୁଚି
ଦେଖଣା
ନମୁଚି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନ=ନୁହେଁ+ମୁଚ୍ ଧାତୁ=ଛାଡ଼ିବା+ଇ; ଯେ କାହାରିକୁ ଛାଡ଼େ ନାହିଁ)
[ସମ୍ପାଦନା]- ୧. କାମ; କନ୍ଦର୍ପ — ୧. Cupid (personified).
[ଦ୍ରଷ୍ଟବ୍ୟ —ମହାଦେବ ଏହାଙ୍କୁ ବିନାଶ କରିଥିଲେ]
- ୨. ଏକ ଦୈତ୍ୟର ପୁତ୍ର — ୨. Son of a demon.
[ଦ୍ରଷ୍ଟବ୍ୟ —ଏ ବିପ୍ରଚିତ୍ତ ନାମକ ଦାନବର ପୁତ୍ର ଥିଲେ ଏ ଇନ୍ଦ୍ରଙ୍କ ସଖା ଓ ଇନ୍ଦ୍ର ଏହା ନିକଟରେ ସତ୍ୟ କରିଥିଲେ
ଯେ ମୁଁ ତୋତେ ଦିନବେଳେ ବା ରାତି ବେଳେ ମାରିବି ନାହିଁ, କିମ୍ୱା ଶୁଖିଲା ବା ଓଦା ଅସ୍ତ୍ରରେ ମାରିବି ନାହିଁ ପରେ ଇନ୍ଦ୍ର ଏହାର ବଳ ହରଣ କରି ନେଇଥିଲେ ଇନ୍ଦ୍ର ସରସ୍ୱତୀ ଓ ଅଶ୍ୱିନୀ— କୁମାରଦ୍ୱୟଙ୍କ ଠାରୁ ସମୁଦ୍ରଫେନ ପରି ଏକ ବଜ୍ରାସ୍ତ୍ର ନେଇ ଏହାକୁ ମାରିଥିଲେ—ହିନ୍ଦୀ - ଶବ୍ଦସାଗର]
- ୩. ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କ ସାନ ଭାଇ (ହିନ୍ଦୀ - ଶ) — ୩. Name of the younger brother of the demons Ṡumbha and Niṡumbha.
- ୪. ଏକ ଋଷିଙ୍କ ନାମ (ହିନ୍ଦୀ - ଶବ୍ଦସାଗର) — ୪. Name of a sage.