Jump to content

ନରକାସୁର

ଉଇକିଅଭିଧାନ‌ରୁ

ନରକାସୁର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବରାହ ଅବତାରରେ ବିଷ୍ଣୁଙ୍କ ଔରସରେ ପୃଥିବୀ— ଗର୍ଭଜାତ ଅସୁରବିଶେଷ —Name of a demon born of Bishṇu in the Barāha incarnation and the earth.

[ ଦ୍ର—ବରାହ ଅବତାରରେ ବିଷ୍ଣୁ ପୃଥିବୀ ସଙ୍ଗେ ସହବାସ କରିବାରୁ ପୃଥିବୀ କର୍ଭବତୀ ହେଲେ ତାଙ୍କ ଗର୍ଭରେ ଏକ ଉଗ୍ର ଓ ବଳୀ

ଅସୁର ଥିବାର ଜାଣିପାରି ଦେବତାମାନେ ପୃଥିବୀଙ୍କ ପ୍ରସବକୁ ରୋକିଦେଲେ ପୃଥିବୀ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ତ୍ରେତାଯୁଗରେ ରାବଣବଧ ପରେ ପୃଥିବୀ ପ୍ରସବ କରିବେ ବୋଲି ବିଷ୍ଣୁ ବର ଦେଲେ ତଦନୁସାରେ ରାବମବଧ ପରେ ପୃଥିବୀର ଯେଉଁ ସ୍ଥାନକୁ ସୀତାଙ୍କର ଜନ୍ମ ହୋଇଥିଲା ସେହି ସ୍ଥାନରୁ ନରକାସୁର ଜନ୍ମ ହେଲେ ରାଜା ଜନକ ଏହାକୁ ୧୬: ବର୍ଷ ପର୍ଯ୍ୟନ୍ତ ପାଳିଲେ ୧୬: ବର୍ଷ ବୟସରେ ଆପଣା ମାତା ପୃଥିବୀଙ୍କଠାରୁ ଏ ଆପଣା ଜନ୍ମବୃତ୍ତାନ୍ତ ଅବଗତ ହୋଇ ବିଷ୍ଣୁଙ୍କୁ ସ୍ମରଣ କରିବାକୁ ବିଷ୍ଣୁ ଏହାକୁ ପ୍ରାଗ୍ଜ୍ୟୋତିଷ ପୁରର ରାଜା କରାଇଲେ ଏ ବିଦର୍ଭ ରାଜକୁମାରୀ ମାୟାଙ୍କୁ ବିବାହ କଲା ବ୍ରାହ୍ମଣ ଦେବତାଙ୍କ ସଙ୍ଗେ ବିରୋଧ ନ କରିବା ପାଇଁ ବିଷ୍ଣୁ ଏହାକୁ ଚେତାଇ ଥିଲେ ବାଣାସୁର ଥରେ ପ୍ରାଗ୍ଜ୍ୟୋତିଷ— ପୁରକୁ ବୁଲିବାକୁ ଆସିଥିଲା ସେହି ସମୟରେ ବାଣାସୁରର ସଂଶ୍ରବରେ ଏ ଦୁଷ୍ଟ ହେଲା ଓ ରଦେବତାମାନଙ୍କୁ କଷ୍ଟ ହେଲା ଦେବତାମାନେ କ୍ରୃଦ୍ଧବ ହୋଇ ଏହାରୁ ଶାପ ଦେଲେ ଏ କଠୋର ତପସ୍ୟା ସାଧନ କରି ବହୁବାର ଇନ୍ଦ୍ରଙ୍କୁ ଜିତିଲା ଶେଷରେ ଶ୍ରୀକୃଷ୍ଣ ପ୍ରାଗ୍ ଜ୍ୟୋତିଷପୁରକୁର ଆକ୍ରମଣ କରି ସୁଦର୍ଶନ ଚକ୍ରରେ ଏହାକୁ ବଧ କଲେ—ହିନ୍ଦୀ - ଶବ୍ଦସାଗର]