ନରହତ୍ୟା
ଦେଖଣା
ନରହତ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନର+ହତ୍ୟା)
[ସମ୍ପାଦନା]ମଣିଷମାରୁ; ଖଣୀ — Murder; homicide.
[ ଦ୍ର—ଭାରତୀୟ ଦଣ୍ଡ ବିଧି ଆଇନ ଅନୁସାରେ କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତିର ମୃତ୍ୟୁ ଘଟାଇଲେ ପ୍ରଥମ ବ୍ୟକ୍ତି ନରହତ୍ୟା (murder) ଅପରାଧରେ ଅପରାଧୀ ହୁଏ ଏ ନରହତ୍ୟା ଅପରାଧୀକୁ ଗୁରୁତର (Culpable homicide amounting to murder) ଓ ଲଘୁତର Culpable homicide not amounting to murder) ଏପରି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଅଛି ସ୍ଥୂଳତଃ ହତ ବ୍ୟକ୍ତିକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯେଉଁ ହତ୍ୟା କରାଯାଏ ତାହା ଗୁରୁତର ଓ ହତ ବ୍ୟକ୍ତିର ମୃତ୍ୱୁ ଘଟିବା ବିଷୟରେ ଆଶଙ୍କା ଥିବା ସ୍ଥଳେ ମୃତ୍ୱୁ ନ ଘଟିବା ପାଇଁ ସାବଧାନ ହୋଇ ସୁଦ୍ଧା ଯେଉଁ ମୃତ୍ୱୁ ଘଟେ କିମ୍ୱା ଆତ୍ମରକ୍ଷା ଓ ସ୍ତ୍ରୀର ସତୀତ୍ୱ ରକ୍ଷା ବା ପରର ଜୀବନ ରକ୍ଷା ବା ଆକ୍ରମଣକାରୀଦ୍ୱାରା ଉତ୍ତତେଜିତ ହୋଇ ନିଜର ହିତାହିତ ଜ୍ଞାନ ହରାଇଥିବା ଅବସ୍ଥାରେ ଅନ୍ୟର ଯେଉଁ ମୃତ୍ୟୁ ଘଟେ ତାହା ଲଘୁତର ବିବେଚିତ ହୁଏ]