Jump to content

ନରୋ ବା ଗୁଞ୍ଜରୋ ବା ଅଶ୍ୱତ୍ଥାମା ହତ

ଉଇକିଅଭିଧାନ‌ରୁ

ନରୋ ବା ଗୁଞ୍ଜରୋ ବା ଅଶ୍ୱତ୍ଥାମା ହତ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Naro bā gun̄jaro bā aṡwatthāmā hata
  • ଆଇ.ପି.ଏ. — nˈʌɾo bˈa ɡˈunɟʌɾˌo bˈa ˈɔ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo tˈɔ hˈʌlˈʌntɔ tʰˈɔ ˈakaɾ mˈɔ ˈakaɾ hˈʌto

ଦେଶଜ - ପ୍ରିବଚନ (ସଂସ୍କୃତ - ନରୋ ବା ଗୁଞ୍ଜରୋ ବା ଅଶ୍ୱତ୍ଥାମା ହତଃ)

[ସମ୍ପାଦନା]

ଦ୍ୱ୍ୟର୍ଥବୋଧକ ବାକ୍ୟବିଶେଷ —A sentence having an ambiguous meaning.

[ ଦ୍ର—ମହାଭରତ ଯୁଦ୍ଧବେଳେ ଯୁଧିଷ୍ଠିର ଦ୍ରୋଣାଚାର୍ଯ୍ୟଙ୍କୁ ଏହି କପଟବଚନ ଶୁଣାଇଥିଲେ ଅଶ୍ୱତ୍ଥାମା ନାମକ ହସ୍ତୀ ଯୁଦ୍ଧରେ ମରିଥିଲା, କିନ୍ତୁ ଯୁଧିଷ୍ଠିର ଉଚ୍ଚୈଃସ୍ୱରରେ 'ଅଶ୍ୱତ୍ଥାମା ହତଃ' (ଅଶ୍ୱତ୍ଥାମା ମରିଗଲା) କହି ବାକ୍ୟର ଅବଶିଷ୍ଟ ଅଂଶ ନରୋ ବା ଗୁଞ୍ଜରୋ (ନର ହେଉ ବା ହସ୍ତି ହେଉ) ଅସ୍ପଷ୍ଟସ୍ୱରରେ କହିବାରୁ ଦ୍ରୋଣାଚାର୍ଯ୍ୟ ଏ ବାକ୍ୟରୁ ନିଜପୁତ୍ର ଅଶ୍ୱତ୍ଥାମାଙ୍କର ମୃତ୍ୱୁ ହୋଇଥିବ ବୁଝି ଯୁଦ୍ଧରୁ ବିରତ ହୋଇ ଯୁଦ୍ଧଭୂମି ତ୍ୟାଗକଲେ ଓ ଇତ୍ୟବସରେ ପାଣ୍ଡବମାନେ ଯୁଦ୍ଧରେ ଜୟଲାଭ କଲେ, ମାତ୍ର ଯୁଧିଷ୍ଠିର ଏଥିଲାଗି ପାପଭାଗୀ ହୋଇଥିଲେ ଓ ସେ ଜୀବନରେ ଏହିଥର ମାତ୍ର ମିଥ୍ୟାସଂପୃକ୍ତ ବାକ୍ୟ ଉଚ୍ଚାରଣ କରିଥିବାରୁ ଏହାଙ୍କୁ ଥରେ ମାତ୍ର ନରକ ଦର୍ଶନ କରିବାକୁ ପଡ଼ିଥିଲା]