Jump to content

ନର୍ମ୍ମଦା

ଉଇକିଅଭିଧାନ‌ରୁ

ନର୍ମ୍ମଦା

ଉଚ୍ଚାରଣ

[ସମ୍ପାଦନା]

(ନର୍ମ୍ମଦା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନର୍ମ୍ମଦ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବିନ୍ଧ୍ୟ ପର୍ବତରୁ ଉତ୍ପନ୍ନ ହୋଇ ଆରବସାଗରରେ ପତିତ୍ୱ ନଦୀ— ବିଶେଷ, ରେବା ନଦୀ (ତୀର୍ଥବିଶେଷ) — ୧. The Nerbudda river rising from the Bindhyas and falling into the Arabian sea.

ନର୍ମ୍ମଦାରେ ପତୃଙ୍କୁ ଯେ ଦିଏ ଜଳଦାନ ତାହା ସୁକୃତ କହି ନ ପାରେ ବଚନ କୃଷ୍ଣସିଂହ. ମହାଭାରତ. ବନ

[ଦ୍ରଷ୍ଟବ୍ୟ —ଏହା ବିନ୍ଧ୍ୟପର୍ବତର ଅମରକଣ୍ଟକରୁ ବାହାରି ପଶ୍ଚିମଗାମୀ ହୋଇ କାମ୍ୱେ ଉପସାଗରରେ ପଡ଼ିଅଛି ନର୍ମ୍ମଦା ନଦୀ ସମ୍ୱନ୍ଧେ ଗୋଟିଏ ପୌରାଣିକ ଉପାଖ୍ୟାନ ଓଡ଼ିଆ ନୃସିଂହପୁରାଣରେ ଲେଖା ଅଛି ନର୍ମ୍ମଦା ବେଶ୍ୟା କୂଳରେ ଜନ୍ମଗ୍ରହଣ କରି ବେଶ୍ୟା— ବୃତ୍ତି କରୁଥିଲା କିନ୍ତୁ ଦୃଢ଼ ନିୟମ କରିଥିଲା ଯେ କୌଣସି ପୁରୁଷ ସକାଳେ ତା ନିକଟରେ ଉପସ୍ଥିତ ହୋଇ, ତାକୁ ଯାହା ଦେବ ସେଥିରେ ସେ ସନ୍ତୁଷ୍ଟ ହୋଇ ସେ ଦିନଯାକ ତାଙ୍କୁ ସ୍ୱାମୀପରି ସେବା କରିବ ତାହାର ଏହି ବୃତ ଭାଙ୍ଗିବାରେ ଦେବତାମାନେ ଆକୃତକାର୍ଯ୍ୟ ହୋଇ ତାହାକୁ ବର ଦେଲେ ଯେ ସେ ପର ଜନ୍ମବେ ନର୍ମ୍ମଦା ନାମ୍ନୀ ନଦୀରୂପେ ଗୋଟିଏ ପ୍ରଧାନ ତୀର୍ଥରେ ପରିଣତ ହେବ

ପୁରାଣୋକ୍ତ ସପ୍ତତୀର୍ଥ (ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମ୍ମଦା, ସିନ୍ଧୁ, କାବେରୀ) ମଧ୍ୟରୁ ଏହା ଅନ୍ୟତମ ପଶ୍ଚିମଗାମୀ ଅନ୍ୟ ସ୍ରୋତାଃମାନଙ୍କୁ ନଦ ବୋଲାଯାଏ କେବଳ ପଶ୍ଚିମଗାମିନୀ ନର୍ମ୍ମଦା ନଦୀ ନାମରେ ଖ୍ୟାତ ]

୨. ପୃକ୍କ୍ୱା; ପିଡ଼ଙ୍ଗ ଶାଗ —୨. A pot-herb; Trigonalla Corniculata.
୩. କୁଟୁଣୀ; ଦୂତୀ —୩. A panredess; a female go-between.
୪. (ନାମ) ଏକ ଗନ୍ଧର୍ବ ସ୍ତ୍ରୀ — ୪. Name of a Gandharba woman.

[ଦ୍ରଷ୍ଟବ୍ୟ — ଏ କେତୁମତୀ, ସୁନ୍ଦରୀ ଓ ବସୁଦାଙ୍କ ମାତାଙ୍କ ଥିଲେ ]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଲାଳଦାୟିନୀ — Giving amusement.

ବିହରି ନର୍ମଦା ଘେନି ନର୍ମଦା ବାହୁଦା ପ୍ଳବନେ କାନ୍ତ ବାହୁଦା ଭଞ୍ଜ. ବୈଦେବହୀଶବିଳାସ