ନଳିକା
ଦେଖଣା
ନଳିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନଳି+ କ; ସ୍ତ୍ରୀ ଆ)
[ସମ୍ପାଦନା]- ୧. ନଳ —୧. Tube.
- ୨. ନାଡ଼ୀ —୨. Pulse.
- ୩. ତୃଣ; ଶର ମୁଣା — ୩. A quiver for arrows.
- ୪. ନଳିତା ଶାଗ —୪. The leaves of the jute plant used as pot-herb.
- ୫. ଭାରତର ଉତ୍ତରପଶ୍ଚିମ ପ୍ରଦେଶଜାତ ଏକ ପ୍ରକାର ଗନ୍ଧ ଦ୍ରବ୍ୟ ଓ ତହିଁର ଲତା — ୫. A kind of creeper growing in N.W. India and producing a scent.
[ଦ୍ରଷ୍ଟବ୍ୟ —ଏହା ଶୀତବୀର୍ଯ୍ୟ ଏହାର ଆକୃତି ପ୍ରବାଳ ସଦୃଶ ଏହା ଲଘୁ ଓ ଚକ୍ଷୁର ହିତକର, ବାତ ପିତ୍ତ ଓ କଫ ନାଶକ ଏବଂ ମୂତ୍ରକୃଚ୍ଛ୍ର, ଅଶ୍ମରୀ, ଶୂଳ, ତୃଷ୍ଣା, ରକ୍ତଦୋଷ, କୁଷ୍ଠ, କଣ୍ଡୁ ଓ ଜ୍ୱରନାଶକ]
- ୬. ନଳ ପରି ସରୁ, ଲମ୍ୱ ଓ ଶୂନ୍ୟଗର୍ଭ କୌଣସି ବସ୍ତୁ (ହିନ୍ଦୀ - ଶବ୍ଦସାଗର) —୬. Any slender and cylindrical thing.
- ୭. ପ୍ରାଚୀନ ଭାରତରେ ବ୍ୟବହୃତ ବନ୍ଧୁକ ପରି ଅସ୍ତ୍ରବିଶେଷ — ୭. A kind of weapon of offence resembling a gun used in ancient India.
[ଦ୍ରଷ୍ଟବ୍ୟ —ଲୋକେ ଅନୁମାନ କରନ୍ତି ଯେ ଏହି ଅସ୍ତ୍ର ଆଧୁନିକ ବନ୍ଧୁକ ପରି ଥିଲା ଓ ଏହାଦ୍ୱାରା ଲୁହାର ଛୋଟ ଛୋଟ ଗୁଳି ଓ ତୀର କ୍ଷେପଣ କରାଯାଉଥିଲା ଏଥିର ଉଲ୍ଲେଖ ରାମାୟଣ, ମହାଭାରତ, ଏମନ୍ତ କି ବେଦରେ ମଧ୍ୟ ଅଛି ଶୁକ୍ରନୀତିରେ ଏହାର ବିସ୍ତୃତି ବର୍ଣ୍ଣନ ଅଛି ଏ ଅସ୍ତ୍ରକୁ 'ନାଳକ' ନାଳିକା ଓ 'ନାଳ' ମଧ୍ୟ ବୋଲା— ଯାଉଥିଲା]
- ୮. ପୋଦିନା ଶାଗ (ହିନ୍ଦୀ - ଶବ୍ଦସାଗର) — ୮. Mentha Virdis; a herbarious plant used for salad.
- ୯. କଳମ ଶାଗ (ହିନ୍ଦୀ - ଶବ୍ଦସାଗର) — ୯. Ipomæa Reptens (creeper).
[ଦ୍ରଷ୍ଟବ୍ୟ —ଏହାର ଡାଙ୍ଗ ନଳ ପରି ଫମ୍ପା]
- ୧. ଜଳୋଦରୀ ରୋଗୀର ପେଟରୁ ପାଣି ବାହାର କରିବା ପାଇଁ ବ୍ୟବହୃତ ପ୍ରାଚୀନକାଳର ଏକପ୍ରକାର ଯନ୍ତ୍ର (ହିନ୍ଦୀ - ଶବ୍ଦସାଗର) —୧୦. A kind of tubular instrument used in ancient India for tapping the abdomen of dropsy-patients.