Jump to content

ନଳିତା

ଉଇକିଅଭିଧାନ‌ରୁ

ନଳିତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନଳ ଧାତୁ+ କର୍ତ୍ତୃ. ତ; ସ୍ତ୍ରୀ. ଅ; ଏଥିର ଡ଼ାଙ୍ଗମାନ ନଳପରି ହେବାରୁ)

[ସମ୍ପାଦନା]

ଝୋଟ ବା କାଉଁରିଆ ଗଛ — Jute plant; Corchorus.

[ଦ୍ରଷ୍ଟବ୍ୟ —ସମ୍ଭବତଃ ପୂର୍ବେ ଭାରତରେ ଅଂଶୁ ବା ଝୋଟ ଉତ୍ପଦନ କରିବା ପାଇଁ ଏହାର କୃଷି କରା ଯାଉ ନ ଥିଲା ଓ ଇଉରୋପୀୟମାନଙ୍କ ଆଗମନ ପରେ ଅଂଶୁ ପାଇଁ ଏହାର କୃଷି ଆରମ୍ଭ ହୋଇଅଛି ଏହି ଝୋଟଗଛ ଅନେକ ପ୍ରକାର କେତେକ ଜାତିର ଫଳ ଗୋଲ ଓ ଟୁଷି କଲରାପରି କେତେକ ଜାତିର ଫଳ ନାଲି ଭେଣ୍ଡି ପରି କେତେକ ଜାତିର ପତ୍ର ଖଟା (ପର୍ବତ କାଉଁରିଆ) କେତେକ ଜାତିର ପତ୍ର ପିତା (ନଳିତାପିତା) କେତେକ ପତ୍ର ପିତା ବା ଖଟା ନୁହେଁ ଅନେକ ଜାତି ବନ୍ୟ ଅବସ୍ଥାରେ ଜନ୍ମେ କେତେକ ଜାତିର ଚାଷ ହୁଏ ଏହାର ପତ୍ର ଓ ମଞ୍ଜି ଔଷଧରେ ଲାଗେ ଯାହାର ଫଳ ଗୋଲ ଟୁଶି କଲରାପରି ଓ ପତ୍ର ପିତା ତାକୁ ଇଂରେଜିରେ Corchorus Capsularis ଓ ଯାହାର ଫଳ ଭେଣ୍ଡି ପରି ଲମ୍ୱା ଓ ଖଟା ତାକୁ ଇଂରେଜିରେ Corchorus Olitorius କହନ୍ତି ବୈଦ୍ୟକ ମତରେ ଏହା ତିକ୍ତ, ରକ୍ତପିତ୍ତନାଶକ, ଶୁତ୍ରବର୍ଦ୍ଧକ, ବିଷ୍ଟମ୍ଭୀ ଓ ବାତପ୍ରକୋପକ]

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ (ନାମ) (ସଂସ୍କୃତ - ଲଳିତା)

[ସମ୍ପାଦନା]
୧. ରାଧିକାଙ୍କ ପ୍ରିୟସଖୀ —୧. One of the female companions of Rādhikā.
୨. ସ୍ତ୍ରୀମାନଙ୍କର ନାମ — ୨. A name given to females.