ନଷ୍ଟ ଚନ୍ଦ୍ର
ଦେଖଣା
ନଷ୍ଟ ଚନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନଷ୍ଟ+ ଚନ୍ଦ୍ର; କର୍ମଧା)
[ସମ୍ପାଦନା]ଭାଦ୍ର ଶୁକ୍ଳ ଓ କୃଷ୍ଣପକ୍ଷ ଚତୁର୍ଥୀର ଚନ୍ଦ୍ର — The ୪th day of the bright and dark fortnights of the month of Bhādra; the moon on the ୪th lunations in the month of Bhādra.
[ଦ୍ରଷ୍ଟବ୍ୟ —ଏ ଚନ୍ଦ୍ରଙ୍କୁ ଦେଖିବା ନିଷିଦ୍ଧ ଶାସ୍ତ୍ରରେ ଅଛି ଯେ ଏହି ସମୟରେ ଚନ୍ଦ୍ର ତାଙ୍କର ଗୁରୁ ବୃହସ୍ପତି ପତ୍ନୀ ତାରାଙ୍କୁ ହରଣ କରିଥିଲେ ଏହି ଚନ୍ଦ୍ରଙ୍କୁ ଦେଖିବା ବ୍ୟକ୍ତିର ଆକାରଣରେ କଳଙ୍କ ଘଟେ ଏଥିର ବଚନ:— ନଷ୍ଟଚନ୍ଦ୍ରେ ନଦୃଶ୍ୟଶ୍ଚ ଭାଦ୍ରେମାସି ସିତାସିତେ ଗଣେଶ ଚତୁର୍ଥୀର ଚନ୍ଦ୍ରଙ୍କୁ ଲୋକେ ଚାହାନ୍ତି ନାହିଁ, ଏହି କଥାକୁ ଲକ୍ଷ୍ୟ କରି କବି ଯଦୁମଣି ଗାଇ ଅଛନ୍ତି, ଚାରୁ ଚନ୍ଦ୍ରାନନା ଚମ୍ପକ ବରନା କାଲି ଏହି ବାଟେ ଗଲା ଚନ୍ଦ୍ର ଅବତଂସ ନନ୍ଦନ—ଜନମତିଥି (ଗଣେଶ ଚତୁର୍ଥାର) ଚନ୍ଦ୍ର ମୋତେ କଲା—ଅର୍ଥାତ୍ ମୋ ଆଡ଼କୁ ଆଦୌ ଚାହିଁଲା ନାହିଁ]