ନାଁ
ଦେଖଣା
ନାଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ସଂସ୍କୃତ - ନ, ନା)
[ସମ୍ପାଦନା]- ୧. ପ୍ରଶ୍ନାର୍ଥକ — ୧. Interrogative particle.
(ଯଥା— ତୁ ସେଠାକୁ ଯିବୁ ନାଁ ?)
- ୨. ଅନୁଜ୍ଞାର୍ଥକ — ୨. A pariticle indication request.
(ଯଥା—ମତେ ଟଙ୍କାଟିଏ ଦେନା ! ମୁଁ ଚଞ୍ଚଳ ଯିବି ବାହାରି)
- ୩. ଯଥା; ଯେ ହେତୁ —୩. Viz; namely.
(ଯଥା—ମତେ ଆଜି ଏଠା ଛାଡ଼ି ଚାଲିଯିବାକୁ ହେବ— କାହିଁକି ନାଁ? ମୋ ନାମରେ ଉଆରଣ୍ଟ ବାହାରିଗଲାଣି)
- ୪. ପ୍ରଶ୍ନ ଓ ଉତ୍ତର ବାକ୍ୟଦ୍ୱୟର ସଂଯୋଜକାର୍ଥ — ୪. A conjunctive particle which joints the question and its reply.
(ଠାକୁର ଘରେ କିଏ ରେ? ନାଁ ମୁଁ କଦଳୀ ଖାଇନାହିଁ—ଢ଼ଗ)
- ୫. କ୍ରିୟା ପରେ ବ୍ୟବହୃତ, ନିଷେଧାର୍ଥକ — ୫. A negetive particle used after varbs.
ତାକୁ ଚାହିଁ ନାଁ ଲୋ ମିତ କହୁଛି ହିତ'—ସଙ୍ଗୀତ
- ୬. ଧମକାଣ —୬. A particle indicating threat.
(ଯଥା—ଭାତ ଖାଇବୁ ନା, ଗୋଟାତେକେ ଦୁମଦୁମା ବସେଇ ଦେବି?)
- ୭. ନାସ୍ତ୍ୟର୍ଥ; ଅସ୍ୱୀକାରାର୍ଥ—(ଉତ୍ତର ଦେବାବେଳେ) — ୭. A particle indicating disagreement or refusal.
(ଯଥା—ପ୍ରଶ୍ନ—' ତୁ ଭାତ ଖାଇବୁ? ଉତ୍ତର—ନାଁ ')
- ୮. ସଂଶୟାତ୍ମକ; ପରା — ୮. A particle indicating doubt.
(ଯଥା— ମତେ ସେ କଅଣ କଥାଟିଏ ମାଗିଥିଲା ନାଁ? ମୁଁ ପାସୋରି ପକାଇଲି)
- ୯. ପାଦପୂରଣାର୍ଥକ; ନାହିଁନାଁ;ଟି — ୯. A particle used at the end of a sentence to give emphasis.
ନିଶି ଦିବସ ଥୟ ନୁହେଁ ନାଁ ମନ ନିଶାରେ ଦେଖୁଅଛୁ ଯଥା ସପନ—ମନବୋଧ ଚଉତିଶ
[ଦ୍ରଷ୍ଟବ୍ୟ —ନ଼ଞର୍ଥକ 'ନାଁ' ଶବ୍ଦ କ୍ରିୟା ପରେ ମଧ୍ୟ ଲାଗେ ଯଥା— 'ତୁ ସେଠାକୁ ଯାଆନାଁ'; ମୁଁ ସେଠାକୁ ଯାଏ ନାଁ କିନ୍ତୁ ଏହି ନଞର୍ଥକ 'ନାଁ' କ୍ରିୟାର ଆଗକୁ ଆସିଲା 'ନ' ହୁଏ ଯଥା—ତୁମ୍ଭେ ଏହା ନ ଖାଅ; ମୁଁ ଏଠାରେ ଶୋଇବି]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ)
[ସମ୍ପାଦନା]ନାମ (ଇତ୍ୟାଦି) (ଦେଖ) - Nāma (etc) (See)
ପୀତପଟ ନଟ ନାଁ ଆଗରେ ନ ଧର କବିସୂର୍ଯ୍ୟ. କିଶୋରୀ ଚମ୍ପୂ ସ ଗୀତ
- ୨. ନାଁଆଁ ଦିଆ (ଦେଖ) - ୨. Nāñāñ diā (See)