ନାଗ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସର୍ପ
  • କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭରୁ ଉତ୍ପନ୍ନ ପୌରାଣିକ ଜୀବଗଣ
  • ହସ୍ତୀ
  • ତାମ୍ବୁଳ; ପାନ
  • ମେଘ
  • ମେରୁର ଉତ୍ତରସ୍ଥ ପର୍ବତବିଶେଷ
  • ନାଗେଶ୍ଵର ବୃକ୍ଷ
  • ପୁନ୍ନାଗ ବୃକ୍ଷ; ପୁଲାଙ୍ଗ ଗଛ
  • ସିନ୍ଦୁର
  • ଦେହସ୍ଥ ବାୟୁବିଶେଷ; ଯେଉଁ ବାୟୁ ଦେହରୁ ହାକୁଟିଦ୍ଵାରା ବାହାରେ
  • ମୁଥା
  • କରଣବିଶେଷ
  • ଅଶ୍ଲେଷା ନକ୍ଷତ୍ର
  • ଦେଶବିଶେଷ ଓ ତଦ୍ଦେଶବାସୀ ଜାତି
  • ସୀସକ
  • ରଙ୍ଗ ଧାତୁ; ଟିଣ
  • ନାଗପୁରର ଦକ୍ଷିଣରେ ବହି ଯାଉଥିବା ନଦବିଶେଷ
  • ଶ୍ରେଷ୍ଠ
  • ଆଠ ସଂଖ୍ୟା
  • ଖଳ ଲୋକ
  • ଏକପ୍ରକାର ଅଭ୍ର
  • ପୁନ୍ନାଗ ବୃକ୍ଷ
  • ହାଙ୍ଗର
  • ଲୁଗା ଆଦି ରଖିବା ପାଇଁ କାନ୍ଥରେ ମରାଯିବା କୀଳା; ନାଗଦନ୍ତ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଗୋଖର ସାପ; ବିଷାକ୍ତ ଫଣାଯୁକ୍ତ ହଳଦିଆ ସାପ
  • ନିଆଁ ଲଗାଇଲେ ଯେଉଁ ବାଣ ବା ଆତସବାଜିରୁ ନାଗ ପରି ଆଲୋକମୟ ଅଗ୍ନିସ୍ଫୁଲିଙ୍ଗନ ବାହାରେ
  • ବଙ୍ଗାଳି କାୟସ୍ଥମାନଙ୍କର ଉପାଧିବିଶେଷ
  • ହାବିଳ ଆଦି ଆକାଶକୁ ଉଠିବାପରେ ତହିଁରୁ ବାହରିବା ସର୍ପ ଆକାରର ଅଗ୍ନିରେଖା
  • ନାଗଲୋକ; ପାତାଳନାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନାଗିନୀ, ନାଗୀ ସ୍ତ୍ରୀ

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନଗ=ବୃକ୍ଷ+ସଂଜ୍ଞାର୍ଥେ. ଅ, ଯେଉଁମାନେ ପର୍ବତମୟ ସ୍ଥାନରେ ବା ବୃକ୍ଷ କୋଟରରେ ବାସ କରନ୍ତି)[ସମ୍ପାଦନା]

୧. ସର୍ପ —୧. Serpent.
୨. କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭରୁ ଉତ୍ପନ୍ନ ପୌରାଣିକ ଜୀବଗଣ — ୨. The mythological animals descended from Kaṡyapa and his wife Kadru.

[ଦ୍ରଷ୍ଟବ୍ୟ —ପୁରାଣ ମତରେ ନାଗମାନଙ୍କ ପ୍ରକାର ଯଥା— ଅନନ୍ତୋ ବାସୁକିଃ ପଦ୍ମୋ ମହାପଦ୍ମୋଥ ତକ୍ଷକଃ କୁଳୀରଃ କର୍କଟଃ ଶଙ୍ଖୋହ୍ୟଷ୍ଟାନଗାଃ ପ୍ରକୀର୍ତ୍ତିତାଃ ପୁରାଣାନ୍ତରରେ ୧୩: ପ୍ରକାର ଯଥା— ଶେଷଃ ପଦ୍ମୋ ମହାପଦଃ କୁଳିକଃ ଶଙ୍ଖପାଳକଃ ବାସୁକିସ୍ତକ୍ଷକଶ୍ଚୈବ କାଳିୟୋ ମଣିଭଦ୍ରକଃ, ଐରାବତୋ ଧୃତରାଷ୍ଟ୍ର କକୋଟକ ଦନଞ୍ଜୟୌ ଗରୁଡ଼ ପୁରାଣରେ ୧୨: ପ୍ରକାର ଯଥା— ଅନନ୍ତଂ ବାସୁକିଃ ଶଙ୍ଖଂ ପଦ୍ମଂ କମ୍ୱଳ ମେବ ଚ ତଥା କର୍କୋଟକଂ ନାଗଂ ଧୃତରାଷ୍ଟ୍ରଞ୍ଚ ଶଙ୍ଖକଂ କାଳିୟଂ ତକ୍ଷକଞ୍ଚାପି ପିଙ୍ଗଳଂ ମଣିଭଦ୍ରକଂ କୃଷ୍ମସିଂହ ମହାଭାରତ ସଭାପର୍ବରେ ଅନେକଗୁଡ଼ିଏ ନାଗଙ୍କ ନାମ ଉଲ୍ଲେଖ ଅଛି ଯଥା—"ପଦ୍ମ ଐରାବତ ଯେ ବାସୁକି ଚକ୍ଷକ, ଚିତ୍ର କମ୍ଭକ ପ୍ରହ୍ଲାଦ କଣ୍ଡୁକ; କୃଷ୍ଣ ଅଶ୍ୱତର ଲୋହିତ ମଣିମନ୍ତ, ଧୃତରାଷ୍ଟ୍ର ଧନଞ୍ଜୟ ଯେ ପାଣିମନ୍ତ, ମୂଷିକାଦ କୁଣ୍ଡଧାର ଯେ କର୍କୋଟକ, ମହାବଳ ଜନମେଜୟ ବଳାହକ, ଏ ନାଗଙ୍କ ସଙ୍ଗତେ ଅନ୍ୟ ନାଗମାନେ, ଥାଆନ୍ତି ବରୁଣସଭାରେ ରାଗମନେ" ସାପଙ୍କ ସମ୍ୱନ୍ଧରେ ଗୋଟିଏ ଢ଼ଗ ଅଛି "ଆଠ ନାଗ, ଷୋଳ ଚିତି, ବାର ବୋଡ଼ା ତେର ଜାତି" ଅର୍ଥାତ୍ ସାପ ତେର ଜାତିର; ତହିଁ ମଧ୍ୟରୁ ନାଗ ୮ ଜାତି, ଚିତି ୧୬: ଜାତି ଓ ବୋଡ଼ା ୧୨: ଜାତି କେଳାମାନେ ନିମ୍ନଲିଖିତ ମତେ ଆଠ ଜାତି ନଗଙ୍କର ବର୍ଣ୍ଣନା କରନ୍ତି ଯଥା—୧ କୁଳିକ, ୨ ପଦ୍ମ, ୩ ମହାପଦ୍ମ ୪ କଟକଟିଆ, ୫ ବିରାଟ, ୬ ତକ୍ଷକ, ୭ବାସୁକି ଓ ୮ ଅନନ୍ତ ନାଗମାନଙ୍କୁ ସାଧାରଣତଃ 'ଗୋଖର' ବୋଲାଯାଏ ଏମାନେ ନାନା ପ୍ରକାର ଯଥା—୧ ଶ୍ୱେତ ବା ଦୁଧିଆ ବା ଖଡ଼ିଆ ନାଗ (ଏମାନେ ପୁଣି ୨ ପ୍ରକାର ଯଥା—ବଳରାମଗୋତ୍ରୀ, ଏମାନଙ୍କ ଫଣା ଉପରର କଠଉ ଚିହ୍ନ ଫକା; ଓ ଜଗନ୍ନାଥଗୋତ୍ରୀ, ଏମାନଙ୍କ ଫଣା ଉପରର କଠଉଚିହ୍ନ ଗାଢ଼ କୃଷ୍ଣବର୍ଣ୍ଣ ୨ ପଦ୍ମ ନାଗ— ଏମାନେ ପଦ୍ମ ପରି ଈଷିତ୍ ରକ୍ତବର୍ଣ୍ଣ, ଏମାନଙ୍କ ଫଣା ଉପରେ ଗୋଟିଏ କୃଷ୍ଣବର୍ଣ୍ଣ ପରିଧି ମଧ୍ୟରେ ଦିଓଟି ଅଣ୍ଡାକୃତି କୃଷ୍ଣ ଚିହ୍ନ ଥାଏ ୩ କଟକଟିଆ (ସଂସ୍କୃତ - କର୍କୋଟଟ) ଏମାନେ ବାଉଁଶରେ ବା ଗଛର ଡ଼ାଳରେ ମୋଡ଼ି ହେଲା ବେଳେ କଟକଟ ଶବ୍ଦ ହୁଏ ୪ ଗୁଣ୍ଡୁଚି ନାଗ—ଏମାନଙ୍କର ଫଣା ନାହିଁ ମୁହଁ ଗୁଣ୍ତୁଚି ମୁଷାର ମୁହଁ ପରି ଓ ଦେହରେ ଡ଼ୋରା ଡ଼ୋରା ଧଳା ରେଖା ଆଡ଼ବାଗରେ ଥାଏ ୫ ଗହମା ନାଗ—ଏମାନଙ୍କ ବର୍ଣ୍ଣ ଗହମ ପରି ଫକ୍କାସିଆ, ୬ କାନ୍ଥୁଆ ନାଗ—ଏମାନେ ଘରର କାନ୍ଥରେ ରହନ୍ତି ୭ ଡ଼ିହା ନାଗ—ଏମାନେ ଡ଼ିହ ବା ଉଚ୍ଚ ଭୂମିରେ ଓ ହୁଙ୍କାରେ ରହନ୍ତି ୮ ତିନ୍ତୁଳିଆ ନାଗ—ଏମାନେ ତେନ୍ତୁଳି ମଞ୍ଜି ପରି ଗାଢ଼ ରକ୍ତ ବର୍ଣ୍ଣ ୯ ଖଇଗ ନାଗ—(ସଂସ୍କୃତ - କାଳିୟ ନାଗ) ଏମାନେ ଖଇର ପରି ରକ୍ତକୃଷ୍ଣବର୍ଣ୍ଣ କେଳାମାନେ ନାଗ ସାପକୁ ଧରିବା ପରେ ତାହାର କପାଳର ଚମଡ଼ାକୁ ଛୁରିରେ ଟିକିଏତାଡ଼ି ଦେଲେ ତହିଁରୁ ଦିଓଟି ସୋରିଷ ପରି ଗାଢ଼ ହଳଦିଆ ବର୍ଣ୍ଣର ଓ ସ୍ୱଚ୍ଛ 'ମଣି' ଖସି ପଡ଼େ କେଳାମାନେ 'ପଦ୍ମତୋଳା' ବୋଲିବା ବା 'ନାଗେଶ୍ୱରୀ' ବଜାଇବା ବେଳେ ନାଗ ବା ଗୋଖର ଫଣା ଟେକି ଏକ ଧ୍ୟାନରେ କେଳା ମୁହଁକୁ ଚାହିଁରହେ ଶଙ୍ଖଚୂଡ଼ ମଧ୍ୟ ନାଗ ଜାତୀୟ ପୁରାଣୋକ୍ତ ନାଗମାନଙ୍କର ଯେଉଁ ମୂର୍ତ୍ତି ମନ୍ଦିରାଦିର ଗାତ୍ରରେ ଅଛି ତାହାର ଅଣ୍ଟାଠାରୁ ଉପରକୁ ମନୁଷ୍ୟର ରଙ୍ଗ ଓ ତଳକୁ ସର୍ପର ଅଙ୍ଗ ଅଟେ ବରାହପୁରାଣରେ ଲେଖାଅଛି ଯେ ସୃଷ୍ଟି ଆରାମ୍ଭରେ କଶ୍ୟପ ଋଷି ଉତ୍ପନ୍ନ ହେଲେ ତାଙ୍କର ଦୁଇ ପତ୍ନୀ ମଧ୍ୟରୁ କଦ୍ରୁଙ୍କଠାରୁ ଅନନ୍ତ, ବାସୁକି, କମ୍ୱଳ, କର୍କୋଟକ, ପଦ୍ମ, ମହାପଦ୍ମ, ଶଙ୍ଖ, କୁଳିକ ଓଅପରାଜିତ ଜାତ ହେଲେ ଏମାନଙ୍କ ନାମ ନାଗ ହେଲା ଏମାନଙ୍କ ପୁତ୍ର ପୌତ୍ରମାନେ କ୍ରୂର ଓ ବିଷଧର ହେଲେ ଏଥିପାଇଁ ସଂସାରରେ ପ୍ରଜାକ୍ଷୟ ହେବାରୁ ବ୍ରହ୍ମା ସେମାନଙ୍କ ବାସ— ସ୍ଥାନ ପାଇଁ ପାତାଳ, ବିରଳ ଓ ସୁତଳ ଏହି ତିନି ସ୍ଥାନ ନିର୍ଦ୍ଦୋଶ କଲେ ଥରେ କଦ୍ରୁ ଓ ବିନତାଙ୍କ ମଧ୍ୟରେ ଜିଦି ପଡ଼ିଲା ଯେ ଉଚ୍ଚୈଃଶ୍ରବା ଅଶ୍ୱର ଲାଙ୍ଗୁଡ଼ କଳା କି ଧଳା ପ୍ରକୃତିରେ ଏହା ଧଳା ବିନତା କହିଲେ ଏହା ଧଳା, କଦ୍ରୁ କହିଲେ ଏହା କଳା କଦ୍ରୁ ତାଙ୍କ ପୁଅମାନଙ୍କୁ କହିଲେ ତୁମ୍ଭେମାନେ ଉଚ୍ଚୈଃଶ୍ରବାର ଲାଙ୍ଗୁଡ଼ରେ ଗୁଡ଼େଇ ହୋଇଯିବ ଯେ, ଲାଙ୍ଗୁଡ଼ କଳା ଦେଖାଯିବ ଏଥିରେ ନାଗମାନେ ଘୋଡ଼ାର ଲାଙ୍ଗୁଡ଼ରେ ଗୁଡ଼େଇ ହୋଇ—

ଯିବାରୁ ଲାଙ୍ଗୁଡ଼ା କଳା ଦେଖାଗଲା ଯେଉଁ ନାଗମାନେ ଲାଙ୍ଗୁଡ଼ରେ ଗୁଡ଼େଇ ହେବାପାଇଁ ନାହିଁ କଲେ ସେମାନଙ୍କୁ ନଷ୍ଟ ହେବାପାଇଁ କଦ୍ରୁ ଶାପ ଦେଲେ ଓ ସେମାନେ ଜନମେଜୟଙ୍କ ସର୍ପ ଯଜ୍ଞରେ ନଷ୍ଟ ହେଲେ ପୁରାଣମାନଙ୍କରେ ଅନେକ ନାଗଙ୍କ ନାମ ଅଚି, କିନ୍ତୁ ସେମାନଙ୍କ ମଧ୍ୟରେ ଆଠଟି ମୁଖ୍ୟ;—ଅନନ୍ତ, ବାସୁକୀ, ପଦ୍ମ, ମହା— ପଦ୍ମ, ତକ୍ଷକ, କୁଳୀର, କର୍କୋଟ ଓ ଶଙ୍ଖ ଏମାନଙ୍କୁ ଅଷ୍ଟ ନାଗ ବୋଲାଯାଏ ଓ ଏମାନଙ୍କ କୁଳକୁ ଅଷ୍ଟକୂଳ ବୋଲାଯାଏ— ହିନ୍ଦୀ - ଶବ୍ଦସାଗର 

୩. ହସ୍ତୀ —୩. Elephant.
୪. ତାମ୍ୱୁଳ; ପାନ —୪. Betel.
୫. ମେଘ —୫. Cloud.
୬. ମେରୁର ଉତ୍ତରସ୍ଥ ପର୍ବତବିଶେଷ — ୬. Name of a fabulous mountain.
୭. ନାଗେଶ୍ୱର ବୃକ୍ଷ — ୭. Name of a flower tree, Messua Ferra.
୮. ପୁନ୍ନାଗ ବୃକ୍ଷ; ପୁଲଙ୍ଗ ଗଛ —୮. Mast wood; Alexandrian Laurel; Inophylum.
୯. ସିନ୍ଦୁର —୯. Vermillion; red lead.
୧. ଦେହସ୍ଥ ବାୟୁବିଶେଷ; ଯେଉଁ ବାୟୁ ଦେହରୁ ହାକୁଟିଦ୍ୱାରା ବହାରେ —୧୦. Name of a vital air in the human body.
୧୧. ମୁଥା —୧୧. Esculent root of the creeping grass.
୧୨. (ଜ୍ୟୋତିଷ) କରଣବିଶେଷ — ୧୨. Name of an astronomical conjunction.

[ ଦ୍ର—ଏହା କରଣମାନଙ୍କ ମଧ୍ୟରେ ୩ୟ ଅଟେ ଓ ଏହାର ଅନ୍ୟ ନାମ ଧ୍ରୁବ]

୧୩. ଅଶ୍ଳେଷା ନକ୍ଷତ୍ର — ୧୩. The ୯th lunar mansion.
୧୪. ଦେଶବିଶେଷ ଓ ତଦ୍ଦେଶବାସୀ — ୧୪. Name of a country of ancient India and its inhabitants.

[ ଦ୍ର—ଐତିହାସିକମାନଙ୍କ ମତରେ ନାଗ ଶକ ଜାତିର ଏକ ଶାଖା ଥିଲେ ଏମାନେ ପ୍ରଥମେ ହିମାଳୟର ଉତ୍ତରରେ ରହୁଥିଲେ ତିବତୀଦେଶୀୟ ଲୋକେ ଆପଣାକୁ ନାଗବଂଶୀ ଓ ଆପଣା ଭାଷାକୁ ନାହଭାଷା ବୋଲି କହନ୍ତି ଜନମେଜୟଙ୍କ ଉପାଖ୍ୟାନରୁ ପୁରୁବଂଶୀୟ ଓ ନାଗବଂଶୀୟମାନଙ୍କ ମଧ୍ୟରେ ବୈର ଥିବାର ଆଭାସ ମିଳେ ଏ ବୈର ବହୁକାଳ ପର୍ଯ୍ୟନ୍ତ ଲାଗି ରହିଥିଲା ଯେତବେଳେ ସିକନ୍ଦର (ଆଲେକ୍ଜାଣ୍ଡର୍) ଭାରତକୁ ଆସିଥିଲେ ସେତେବେଳେ ତାଙ୍କ ସଙ୍ଗେ ତକ୍ଷଶିଳାର ନାଗବଂଶୀ ରାଜାଙ୍କ ସଙ୍ଗେ ଭେଟ ହୋଇଥିଲା ଉକ୍ତ ରାଜାଙ୍କର ପଞ୍ଜାବର ପୌରବ ରାଜାଙ୍କର ବିଦ୍ରୋହ ଚଳୁଥିଲା ତକ୍ଷଶିଳାର ରାଜପୁରରେ ବଡ଼ ବଡ଼ ସାପ ପାଳିତ ହୋଇ ପୂଜା ପାଉଥିଲେ ଏ ବିଷୟ ସିକନ୍ଦରଙ୍କ ସଙ୍ଗେ ଆସିଥିବା ଲୋକମାନେ ବର୍ଣ୍ଣନା କରି ଯାଇଅଛନ୍ତି—ହିନ୍ଦୀ - ଶବ୍ଦସାଗର]

୧୫. ସୀସକ —୧୫. Lead (metal).

[ ଦ୍ର—ଭାବପ୍ରକାଶରେ ଲେଖାଅଛି କି ବାସୁକି ଏକ ନାଗ— କନ୍ୟାଙ୍କୁ ଦେଖି ମୋହିତ ହେଲେ ଓ ତାଙ୍କଠାରୁ ସ୍ଖଳିତ ରେତଃରୁ ସୀସକ ଧାତୁର ଉତ୍ପତ୍ତି ହେଲା—ହିନ୍ଦୀ - ଶବ୍ଦସାଗର]

୧୬. ରଙ୍ଗ ଧାତୁ; ଟିଣ —୧୬. Tin metal (Apte).
୧୭. ନାଗପୁରର ଦକ୍ଷିଣରେ ବହି ଯାଉଥିବା ନଦୀବିଶେଷ (ଜ୍ଞାନେନ୍ଦ୍ର) —୧୭. name of a shallow river flowing by the south of Nagpur.
୧୮. (ଅନ୍ୟ ଶବ୍ଦ ସଙ୍ଗେ ସାମାସରେ ଶେଷରେ ବସିଲେ) ଶ୍ରେଷ୍ଠ —୧୮. Chief.
୧୯. ଆଠ ସଂଖ୍ୟା (ହିନ୍ଦୀ - ଶବ୍ଦସାଗର) — ୧୯. The number eight.
୨. ଖଳ ଲୋକ (ହିନ୍ଦୀ - ଶବ୍ଦସାଗର) — ୨୦. A wicked person.
୨୧. ଏକପ୍ରକାର ଅଭ୍ର (ଦ୍ରବ୍ୟଗୁଣ) — ୨୧. A kind of mica.

[ ଦ୍ର—ଏହାକୁ ଅଗ୍ନିରେ ପକାଇଲେ ଏଥିରୁ ନାଗସାପର ଫୁତ୍କାର ପରି ଶବ୍ଦ ହୁଏ ଓ ଏହାକୁ ଖାଇଲେ ଭଗନ୍ଦର ରୋଗ ହୁଏ—ଦ୍ରବ୍ୟଗୁଣ]

୨୨. ପୁନ୍ନାଗ ବୃକ୍ଷ (ଜ୍ଞାନେନ୍ଦ୍ର) — ୨୨. The mast wood tree.
୨୩. ହାଙ୍ଗର —୨୩. A shark (Apte).
୨୪. ଲୁଗା ଆଦି ରଖିବା ପାଇଁ କାନ୍ଥରେ ମରାଯିବା କୀଳା; ନାଗଦନ୍ତ —୨୪. A peg projecting from the wall to hang any thing upon (Apte).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୋଖରସାପ; ବିଷାକ୍ତ ଫଣାଯୁକ୍ତ ହଳଦିଆ ସାପ (ଏହାର ଫଣାରେ ଯୋଡ଼ା କଠଉ ପରି କଳା ଚିହ୍ନ ଥାଏ) — ୧. Cobra-de-capillo; Naja Aripudian.
୨. ନିଆଁ ଲଗାଇଲେ ଯେଉଁବଣ ବା ଆତସବାଜିରୁ ନାଗ ପରି ଆଲୋକମୟ ଅଗ୍ନିସ୍ଫୁଲିଙ୍ଗମାନ ବାହାରେ — ୨. A fire-work emitting snake-like shoots of sparks.
୩. ବଙ୍ଗାଳି କାୟସ୍ଥମାନଙ୍କର ଉପାଧିବିଶେଷ — ୩. A family-title of Bengalee Kāvasthas.
୪. ହାବିଳି ଆଦି ଆକାଶକୁ ଉଠିବାପରେ ତହିଁରୁ ବାହାରିବା ସର୍ପ ଆକାରର ଅଗ୍ନିରେଖା — ୪. Long and curved sparks of fire issuing from rockets and other fire-works in the sky.
୫. ନାଗଲୋକ; ପାତାଳ —୫. The nether world.

ବିନ୍ଧିବାକୁ ନାଗେ ନାକେ ମଧ୍ୟକେ ଲାଗିବ ଲାଖେ ତେଜେ ବସାଇଁ ପିନାକେ ଜଳୁ ସେ ଥିଲା—ଭଞ୍ଜ. ବୈଦହୀଶବିଳାସ