ନାଗଦନ୍ତୀ
ଦେଖଣା
ନାଗଦନ୍ତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଗଦନ୍ତୀ
|
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]- ୧. ହାତୀଶୁଣ୍ଢା ଗୁଳ୍ମ; ବନ୍ୟ ଖର— ଲୋମଶ ବର୍ଷାୟୁଃ କ୍ଷୁଦ୍ର ଶାକବିଶେଷ — ୧. Helitropium Indicum (plant).
[ଦ୍ରଷ୍ଟବ୍ୟ —ଏହାର ଫୁଲ ଧଲା ମିଶା ନେଳିଆ; ମଞ୍ଜରୀରେ ଦୁଇ ଧାଡ଼ି ଫୁଲ ଫୁଟେ ମଞ୍ଜରୀ ହାତୀଶୁଣ୍ଢ ପରି ବଙ୍କାଇ ଥାଏ; ଓଦା ଭୂଇଁରେ ଏ ଗଛ ହୁଏ ଏହାର ପତ୍ର ଦେହରେ ଲାଗିଲେ ଭାରି କୁଣ୍ଡେଇ ହୁଏ ଏହା କଟୁତିକ୍ତ ରସ, ଋକ୍ଷ, ପାଚକ, ମେଧା— ବର୍ଦ୍ଧକ, କଫ ଓ ବାୟୁନାଶକ ଏବଂ ଗୁଳ୍ମ, ଶୂଳ ଓ ବିଷଦୋଷରେ ହିତକର ସର୍ପ ଦଷ୍ଟବ୍ୟକ୍ତିକୁ ଏହାର ମଊଳ ବାଟି ଖୁଆଇଲେ ବିଷଜ୍ୱାଳା କମେ ବିଛା କାମୁଡ଼ା ଆଦିର ବିଷଜ୍ୱାଳା ଏହାର ମର୍ଦ୍ଦନରେ କମିଯାଏ]
- ୨. ନଖୀ ନାମକ ଗନ୍ଧ ଦ୍ରବ୍ୟ (ହିନ୍ଦୀ - ଶବ୍ଦସାଗର) — ୨. A kind of sweet smelling hell.
- ୩. ବେଶ୍ୟା —୩. Whore.