Jump to content

ନାଗଫଣୀ

ଉଇକିଅଭିଧାନ‌ରୁ

ନାଗଫଣୀ

ଉଚ୍ଚାରଣ

[ସମ୍ପାଦନା]

ନାଗଫଣିଆ, ନାଗଫେଣଁ, ନାଗଫେଣିଆ (ଆଁ)ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଗ+ଫଣ; ଏହାର ଡ଼ାଳ ନାଗର ଫଣା ପରି ଦେଖାଯିବରୁ)

[ସମ୍ପାଦନା]

ଦକ୍ଷିଣ ଆମେରିକାରୁ ଆନୀତ କଣ୍ଟକୀ କ୍ଷୁପବିଶେଷ — Opuntia Monacantha (Haines); Opuntia Dillenii; Cactus; Prickly pear; Euphorbia Nerifollia.

ଛାୟାଦାନେ ପକ୍ଷ ଯହିଁ ନାଗଫେଣୀ—ରଧାନାଥ. ଚିଲିକା

[ଦ୍ରଷ୍ଟବ୍ୟ —ଏହାର ପତ୍ର ନାହିଁ ଡ଼ାଳ ଚେପଟା ଓ ନାଗ ସାପର ଫଣା ପରି ଏଥିରେ ବଗିଚା ଆଦିର ବାଡ଼ ବୁଜାଯାଏ ଫୁଲ ଗଞ୍ଜେଇ ଚିଲମ ପରି ଓ ହଳଦିଆ ପାଖୁଡ଼ାଯୁକ୍ତ ଓ ଛତ୍ରାକାର ଡ଼ାଳରେ ଗୋଛା ଗୋଛା ବୁଦାଳିଆ ସରୁ ଓ ଲମ୍ୱ କଣ୍ଟା ବାହାରେ ଏହା ତିକ୍ତରସ, ଶୀତବୀର୍ଯ୍ୟ, ବାୟୁବର୍ଦ୍ଧକ; ଶୋଥ, କଫ, ଆନାହ, ପିତ୍ତ, ଉଦାବର୍ତ୍ତ ଓ ରକ୍ତଦୃଷ୍ଟିନାଶକ ଏହା ଆମେରିକାଦେଶୀୟ ଓ ଆଟ୍ଲାଣ୍ଟିକ୍ ମହାସାଗର ଉପକୂଳର ଗଛ ଆମେରିକାରେ ଏହାର ଫଳ ହୁଏ ଓ ସେ ଫଳକୁ ଲୋକେ ଖାଆନ୍ତି ଏ ଦେଶରେ ଏହା ଫୁଲ ଧରେ ଏବଂ ଡ଼ାଳ ପୋତିଲେ ବଞ୍ଚିଯାଏ ଏହିଜାତୀୟ ଗଛ ପ୍ରାୟ ଶତାଧିକ ପ୍ରକାର ଅଛି ଏକପ୍ରକାର ଗଛ ଭୁମଧ୍ୟସାଗର ଉପକୂଳରେ ଲଗାଯାଇ ସର୍ବତ୍ର ମାଡ଼ି ଯାଇଅଛି ଏହାର କଢ଼ରୁ ନାଲି ଅଳତା ପରି ରସ ବାହାରେ]