ନାଗବଂଶ
ନାଗବଂଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନାଗମାନଙ୍କର କୁଳ — ୧. The family or species of the Nāgas.
- ୨. ଶକ ଜାତିର ଏକ ଶାଖା — ୨. Name of a branch of the Scytheans.
[ ଦ୍ର—ପ୍ରାଚୀନ କାଳରେ ନାଗବଂଶୀମାନଙ୍କ ରାଜ୍ୟ ଭାରତର କେତେକ ସ୍ଥାନରେ ଓ ସିଂହଳରେ ଥିଲା ପୁରାଣରେ ଭବିଷ୍ୟଦ୍ଦାଣୀ ଅଛି ଯେ ନାଗବଂଶୀ ରାଜାମାନେ ମଥୁରା ଭୋଗ କରିବେ ତାଙ୍କ ପରେ ଗୁପ୍ତବଂଶୀମାନେ ରାଜା ହେବେ ପୁରୁଣା ନାଗବଂଶୀ ୯ଜଣ ରାଜାଙ୍କ ଅମଳରେ ଯେଉଁ ମୁଦ୍ରା ମିଳୁଅଛି ସେଥିରୁ ଜଣାଯାଏ ଯେ ୧୫: ସଂବତ୍ରୁ ୨୫: ସଂବତ୍ ପର୍ଯ୍ୟନ୍ତ ମଥୁରା, ଗୁଆଲିଆର, ଭରତପୁର ଓ ଉଜ୍ଜୟିନୀ ଅଞ୍ଚଳରେ ଏମାନେ ରାଜତ୍ୱ କରୁଥିଲେ ଗୁପ୍ତବଂଶୀ ରାଜାମନେ ନାଗବଂଶୀମାନଙ୍କୁ ପରାସ୍ତ କରିଥିଲେ ପ୍ରୟାଗର ଜିଲ୍ଲା ମଧ୍ୟରେ ଥିବା ସ୍ତମ୍ଭରେ ଲେଖାଅଛି ଯେ ସମୁଦ୍ରଗୁପ୍ତ ନାଗବଂଶୀ ଗଣପତି ନାଗଙ୍କୁ ପରାସ୍ତ କରିଥିଲେ ମହାଭାରତର କେତେକ ସ୍ଥାନରେ ନାଗମାନଙ୍କର ଉଲ୍ଲେଖ ଅଛି ପାଣ୍ଡବମାନେ ନାଗମାନଙ୍କଠାରୁ ମଗଧ ରାଜ୍ୟ ଛଡ଼ାଇ ନେଇଥିଲେ ସିକନ୍ଦରସାହା ଭାରତବର୍ଷକୁ ଆସିବା ସମୟରେ ତକ୍ଷଶିଳାର ନାଗବଂଶୀ ରାଜାଙ୍କ ସଙ୍ଗେ ତାଙ୍କର ଭେଟ ହୋଇଥିଲା ଓ ସେ ପୌରବ ରାଜାଙ୍କ ବିରୋଧରେ ସିକନ୍ଦରଙ୍କୁ ସହଯ୍ୟ କରିଥିଲେ ସେ ସମୟରେ ତକ୍ଷଶିଳାର ରାଜପୁରର୍ ବଡ଼ ବଡ଼ ସାପମାନେ ପଳିତ ଓ ପୂଜିତ ହେଉଥିବାର ଗ୍ରୀକ୍ମନେ ଦେଖିଥିଲେ ଏହି ନାଗବଂଶୀମାନେ ପ୍ରଥମେ ହିମାଳୟର ଉତ୍ତର ପାଖରେ ଥିଲେ]