ନାଗାର୍ଜୁନ
ଦେଖଣା
ନାଗାର୍ଜୁନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବୌଦ୍ଧ ମହାଯାନ ସଂପ୍ରଦାୟର ପ୍ରବର୍ତ୍ତକ ମହାପୁରୁଷବିଶେଷ —Name of a Buddhist reformer.
[ଦ୍ରଷ୍ଟବ୍ୟ — ଏ ବିଦର୍ଭ ଦେଶୀୟ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ ଏ ଖ୍ରୀଷ୍ଟପୂର୍ବ ୧ ଠାରୁ ୨୫: ବର୍ଷ ମଧ୍ୟରେ ଜୀବିତ ଥିଲେ ଜ୍ୟୋତିଷ ଗଣନା ଅନୁସାରେ ଏହାଙ୍କର ପରମାୟୁ ୭ ବର୍ଷ ଥିବାର ଜଣାଯିବାରୁ ଏହାଙ୍କ ପିତା ମାତା ନିରାଶ ହୋଇ ଏହାଙ୍କୁ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଛାଡ଼ିଦେଲେ କିନ୍ତୁ ଏ ବହୁଦିନ ବଞ୍ଚିଲେ ହିନ୍ଦୁ ରସାୟନ ଶାସ୍ତ୍ର—ଗୁଣୀ, ମନ୍ତ୍ରଯନ୍ତ୍ର, ତୁଟୁକା, ଧାତୁର ଜାରଣ, ମାରଣ, ଓ ବୌଦ୍ଧତନ୍ତ୍ର ମତରେ ସାଧନା ଏ ପ୍ରବର୍ତ୍ତାଇ ଥିଲେ ଓ ବୌଦ୍ଧ ମତର ପ୍ରଚାର କରିଥିଲେ ଏ ବୌଦ୍ଧ ଦର୍ଶନର ପ୍ରଥମ ପ୍ରଣେତା ଏହାଙ୍କ ପ୍ରଣୀତ ବୌଦ୍ଧ ଦର୍ଶନର ନାମ, ମାଧ୍ୟମିକ ସୂତ୍ର ଏ ମଧ୍ୟ ଅନେକଗୁଡ଼ିଏ ଚିକିତ୍ସା ଗ୍ରନ୍ଥ ପ୍ରଣୟନ କରିଥିଲେ—ହିନ୍ଦୀ - ଶବ୍ଦସାଗର]