ନାଗ ଦଅଣା
ଦେଖଣା
ନାଗ ଦଅଣା
ଉଚ୍ଚାରଣ
[ସମ୍ପାଦନା](ନାଗ ଦୟଣା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନାଗ ଦଅଣା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଗଦମନକ)
[ସମ୍ପାଦନା]- ୧. ପାନଅଇଡ଼ (ଦେଖ) - ୧. Pāna-aiṟḍ̠a (See)
- ୨. ସୁଗନ୍ଧପତ୍ରଯୁକ୍ତ ଲତାବିଶେଷ — ୨. Artemisia Vulgaris; the Indian wormwood; a kind of plant.
[ଦ୍ରଷ୍ଟବ୍ୟ —ଏହା ଘିକୁଆଁରୀ ପରି; ଏଥିରେ ଡ଼ାଳ ନାହିଁ; କେବଳ ମୂଳରୁ ଘିଅକୁଆଁରୀ ପରି ଗୁଡାଏ ଖଡ଼୍ଗାକାର ଏକ ହାତ ପର୍ଯ୍ୟନ୍ତ ଲମ୍ୱ ଓ ୩୪: ଅଙ୍ଗୁଳ ଚଉଡ଼ା ପତ୍ର ବାହାରିଥାଏ ପତ୍ର ଭିତରେ ଘିକୁଆଁରୀ ପତ୍ର ପରି କୋମଳ ଶସ ନ ଥାଏ ପତ୍ର ଗାଢ଼ ସବିଜବର୍ଣ୍ଣ ଓ ମଝିରେ ଧଳା ଚଉଡ଼ା ରେଖାର ଚିହ୍ନ ଥାଏ ଏହାରମୂଳ କନ୍ଦମୂଳ ପରି ଭୂମି ଭିତରକୁ ଯାଏ ଏହା କଟୁ ତିକ୍ତ ରସ, ଲଘୁ ଏବଂ କଫ, ପିତ୍ତ, ତ୍ରିଦୋଷ ଓ ବିଶନାଶକ; ଏହା ବ୍ରଣ, ମୂତ୍ରକୃଚ୍ଛ୍ର, ଉଦରାଧ୍ମାନ, ଜାଳଗର୍ଦ୍ଦର ନିବାରକ, କୋଷ୍ଠ— ବିଶୋଧକ, ଗ୍ରହଦୋଷନିବାରକ, ଧନପ୍ରଦ ଓ ସୁମତିପ୍ରଦ ଏହା ଫୁଲା, ପ୍ରମେହ ଓ ଜ୍ୱର ଦୂର କରେ ]