ନାଗ ବନ୍ଧ
ଦେଖଣା
ନାଗ ବନ୍ଧ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଗ=ମସ୍ତକ+ବନ୍ଧ=ବନ୍ଧନ)
[ସମ୍ପାଦନା]- ୧. ଚଉକାଠର ଉପର କାଠରେ ମରା ଯାଇ ଥିବା ଲମ୍ୱ କାଠ ଖଣ୍ଡ —A long plate of wood attached to the top piece of a door- frame.
[ ଦ୍ର—ଡମଣୀଦ୍ୱାରା ଯେଉଁ କବାଟ ଚଉକାଠର ଦେହରେ ଲଗା ଯାଇଥାଏ ସେ କବାଟ ବନ୍ଦ ହୋଇଥିଲାବେଳେ ତାହାର ତଳ ପାଖରେ ସାବଳର ଠିଅ ଦେଇ ଟେକି ଦେଲେ ସେ କବାଟ ଡ଼ମଣିରୁ ଉଠିଯାଏ ବା ଚଉକାଠରୁ ବାହାରିଯଏ; କିନ୍ତୁ ଚଉକାଠର ଉପର କାଠରେ ନାଗବନ୍ଧ ମରା ଯାଇଥିଲେ କବାଟ ଆଉ ଉପରକୁ ଉଠାଯାଇ ପାରେ ନାହିଁ ନାଗବନ୍ଧ ଦୁଇ ପ୍ରକାର ୧ ସାପୁଆ=ଲମ୍ୱ; ଚଉକାଠର ମୁଣ୍ଡକାଠରେ ଏଥିରେ ଏ ମୁଣ୍ଡ ସେ ମୁଣ୍ଡ ସଂଲଗ୍ନ ୨ ମେଣ୍ଢାମୁଣ୍ଡିଆ=ଚଉକାଠର ଦୁଇ ମୁଣ୍ଡରେ ଦୁଇ ଖଣ୍ଡି ଛିଦ୍ରଯୁକ୍ତ ଗୋଲ କାଠଖଣ୍ଡ ]
- ୨. ସର୍ପର କୁଣ୍ଡଳାକୃତି ଏକପ୍ରକାର ଚିତ୍ର — ୨. A drawing representing the coil of a serpent.
- ୩. ନାଗପାଶକ (ଦେଖ) - ୩. Nāgapāṡaka (See)
- ୩. କବିତା ରଚନାରେ ନାଗାକୃତି ବନ୍ଧବିଶେଷ — ୪. A kind of artistic composition in which the letters can be set in the shape of a coiled serpent.
[ ଦ୍ର—ପୂର୍ବେ ଓଡ଼ିଆ କବିମାନେ ବିବିଧ ବସ୍ତୁର ଚିତ୍ରରେ ନାନା ପ୍ରକାର ବନ୍ଧ କଳ୍ପନା କରି କବିତା ଲେଖୁଥିଲେ ଯଥା—ପଦ୍ମବନ୍ଧ, ରଥବନ୍ଧ, ନାଗବନ୍ଧ ଇତ୍ୟାଦି ନାଗବନ୍ଧର କବିତା ଏପରି ରଚିତ ହୋଇଥାଏ ଯେ କୁଣ୍ଡଳିତ ନାଗର ଚିତ୍ର ଉପରେ ଉକ୍ତ ଅକ୍ଷରମାନ ଧାରାବାହିକରୂପେ ସନ୍ନିବେଶିତ କରା ଯାଇପାରେ ଉପେନ୍ଦ୍ର ଭଞ୍ଜଙ୍କ କୃତି ଚିତ୍ରକାବ୍ୟନ୍ଧୋଦୟ ନାମକ ଗ୍ରନ୍ଥରେ ଏ ଭଳି ବହୁ ସଚିତ୍ର ବନ୍ଧ କବିତା ଅଛି]