Jump to content

ନାଟ୍ୟୋକ୍ତି

ଉଇକିଅଭିଧାନ‌ରୁ

ନାଟ୍ୟୋକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାଟ୍ୟ+ଉକ୍ତି)

[ସମ୍ପାଦନା]
୧. ନାଟକରେ ପ୍ରଯୁକ୍ତ ହେଉଥିବା ବିଶିଷ୍ଟ ବାକ୍ୟ — ୧. Dramatic language.
୨. ନାଟକରେ ବ୍ୟବହୃତ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ସମ୍ୱୋଧନ କରା ଯିବାରେ ବ୍ୟବହୃତ ଭିନ୍ନ ଭିନ୍ନ ବିଶିଷ୍ଟ ଶବ୍ଦମାନ — ୨. Special words used in addressing particular persons in dramas.

[ଦ୍ରଷ୍ଟବ୍ୟ —ସଂସ୍କୃତ ନାଟକରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ଡକାଯିବା ନାମ ବା ସମ୍ୱୋଧନ ଯଥା—ବ୍ରାହ୍ମଣ—ଆର୍ଯ୍ୟ; କ୍ଷତ୍ରିୟ—ମହାରାଜ; ସଖୀ—ହଳା; ନୀଚ ବ୍ୟକ୍ତି—ହଣ୍ଡା; ଚେଟୀ—ହଞ୍ଜା; ସ୍ୱାମୀ— ଆର୍ଯ୍ୟପୁତ୍ର; ରାଜାଙ୍କ ଶ୍ୟାଳକ—ରାଷ୍ଟ୍ରୀୟ; ସମାନସ୍କନ୍ଧ ବ୍ୟକ୍ତି— ହଂହୋ; ରାଜା—ଦେବ, ରାଜକୁମାର—ଯିବରାଜ; ସାର୍ବଭୌମ— ଭଟ୍ଟ; ଭଗିନୀପତି—ଆବୃତ୍ତ; ବେଶ୍ୟା—ଅଜ୍ଜକା, ଅଜ୍ଜୁକା; ବିଦ୍ୱାନ୍ ବ୍ୟକ୍ତି—ଭାବ; ଜନକ—ଆବୁକ; ରାଜକୁମାର—ଭର୍ତ୍ତୃଦାରକ; ଭଟ୍ଟାରକ; ରାଜସୂତା—ଭର୍ତ୍ତୃଦାରିକା; କୃତାଭିଷେକାରାଜ୍ଞୀ—ଦେବୀ; ଇତରା ରାଜ୍ଞୀ—ଭଟ୍ଟିନୀ; ଅବଧ୍ୟୋକ୍ତି—ଅବ୍ରହ୍ମଣ୍ୟଂ; ମାତା— ଅମ୍ୱା; ବାଳା—ବାସୁ; ଆର୍ଯ୍ୟ—ମାରିଷ; ଜ୍ୟେଷ୍ଠାଭଗିନୀ—ଅନ୍ତିକା ନିଷ୍ଠା ଶବ୍ଦ ପରିବର୍ତ୍ତେ—ନିରର୍ହଣ]