ନାଡ଼ି ନକ୍ଷତ୍ର
ଦେଖଣା
ନାଡ଼ି ନକ୍ଷତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାଡ଼ି+ନକ୍ଷତ୍ର)
[ସମ୍ପାଦନା]- ୧. (ଫଳିତ ଜ୍ୟୋତିଷ) ବର ବଧୂଙ୍କ ଜାତକ ଗଣନାର୍ଥେ କଳ୍ପିତ ଚକ୍ରରେ ସ୍ଥିତ ନକ୍ଷତ୍ରବିଶେଷ —୧. The title of some asterisms in connection with the astrological calculation of the horoscopes of a bridegroom and bride elect.
[ଦ୍ରଷ୍ଟବ୍ୟ —ଯେଉଁ ନକ୍ଷତ୍ରରେ ମନୁଷ୍ୟ ଜନ୍ମଗ୍ରହଣ କରିଥାଏ ତାକୁ ଓ ତହିଁଠାରୁ ଦଶମ, ଷୋଡ଼ଶ, ଅଷ୍ଟାଦଶ, ତ୍ରୟୋଦଶ ଓ ପଞ୍ଚଦ୍ଶ ନକ୍ଷତ୍ରକୁ ନାଡ଼ି ନକ୍ଷତ୍ର ବା ନାଡ଼ୀ କହନ୍ତି ଜନ୍ମ ନାଡ଼ିକୁ ଆଦ୍ୟ, ଦଶମ ନାଡ଼ିକୁ କର୍ମ, ଷୋଡଶକୁ ସାଂଘାତିକ, ଅଷ୍ଟାଦଶକୁ ସମୁଦୟ, ତ୍ରୟୋବିଂଶକୁ ବିନାଶ ଓ ପଞ୍ଚବିଂଶକୁ ମାନସ ନାଡ଼ୀ ବୋଲାଯାଏ—ହିନ୍ଦୀ - ଶବ୍ଦସାଗର ]
- ୨. ଜନ୍ମ ନକ୍ଷତ୍ର —୨. The natal asterism of a person; the star in the ascendant at one's birth.
ଅନୁବାଦ
[ସମ୍ପାଦନା](ନାଡ଼ୀନକ୍ଷତ୍ର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଡ଼ି+ନକ୍ଷତ୍ର)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଶରୀରସ୍ଥ ନାଡ଼ି ଓ ଜାତକର ନକ୍ଷତ୍ର ଦେଖି ତାହାର ସ୍ୱାସ୍ଥ୍ୟ ଓ ଶୁଭାଶୁଭ ଫଳ ଜଣା ଯାଇପାରେ) (ଲକ୍ଷଣାର୍ଥ)—କୌଣସି ମନୁଷ୍ୟ ସମ୍ୱନ୍ଧେ ଯାବତୀୟ ଜ୍ଞାତବ୍ୟ ବିଷୟ — ୧. All the available informations about a person.
(ଯଥା—ଆରେ ବାପା ! ମୋ ଆଗରେ ଏତେ ବଡ଼ାଇ କର୍ ନାଁ; ମତେ ତୋ ନାଡ଼ୀ ନକ୍ଷତ୍ର ସବୁ ଜଣା )
- ୨. (ଲକ୍ଷଣାର୍ଥ) ମନୁଷ୍ୟର ପ୍ରକୃତିଗତ ଅଭ୍ୟାସ ଓ ଗତିବିଧି — ୨. A person's movements, nature and habits.
- ୩. କୌଣସି ବ୍ୟକ୍ତିର ଗୁପ୍ତ ରହସ୍ୟମାନ — ୩. All the secrets of a person.