Jump to content

ନାଡ଼ୀ ପରୀକ୍ଷା

ଉଇକିଅଭିଧାନ‌ରୁ

ନାଡ଼ୀ ପରୀକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ରୋଗୀର ଡାହାଣ ହାତ (ସ୍ତ୍ରୀରୋଗୀର ବାମହାତ)କୁ କହୁଣୀ ତଳୁ ବୈଦ୍ୟ ବାଆଁ ହାତରେ ଧରି ରୋଗୀର ଖଡୁଗଣ୍ଠିରେ ଅର୍ଥାତ୍ ହାତର ବୁଢାଆଙ୍ଗୁଠି ମୂଳର ନିକଟବର୍ତ୍ତୀ ସ୍ଥାନର ଶିରାମାନଙ୍କ ଉପରେ ଯଥାକ୍ରମେ ତାଙ୍କର ତର୍ଜନୀ, ମଧ୍ୟମା ଓ ଅନାମିକା ଆଙ୍ଗୁଠିମାନଙ୍କୁ ରଖି ନାଡ଼ୀମାନଙ୍କ ସ୍ପନ୍ଦନବେଗ ନିରୂପଣ କରିବା ପ୍ରକ୍ରିୟା —The feeling of the pulse of a person.

[ଦ୍ରଷ୍ଟବ୍ୟ —ସେ ସ୍ଥାନରେ ୩ ଗୋଟି ନାଡ଼ୀ ଅଛି; ପ୍ରଥମ ବାତନାଡ଼ୀ, ମଧ୍ୟରେ ପିତ୍ତନାଡ଼ୀ ଓ ଅନ୍ତରେ ଶ୍ଳେଷ୍ମା ବା କଫନାଡ଼ୀ ବାତଯୁକ୍ତା ନାଡ଼ୀ—ବକ୍ରଗତି, ପିତ୍ତଯୁକ୍ତା—ଚପଳା, ଶ୍ଳେଷ୍ମବତୀ—ସ୍ଥିର ବିଜ୍ଞ ଓ ଅନୁଭବୀ ବୈଦ୍ୟ ନାଡ଼ୀ ଚିପି ରୋଗର ଲକ୍ଷଣମାନ ସ୍ଥିର କରିପାରନ୍ତି ]