ନାଡ଼ ଫୁଲ କରି ଟେକିଦେବା
ଦେଖଣା
ନାଡ଼ ଫୁଲ କରି ଟେକିଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଡ଼ ଫୁଲ କରି ଟେକିଦେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ନବଜାତ ଶିଶୁର ନାଭି ସଂଲଗ୍ନ ନାଡ଼ ଓ ଫୁଲ ଛେଦିତ ହେବା ପୂର୍ବରୁ ପାଳନ କରିବା ନିମନ୍ତେ ପ୍ରସୂତି ଅନ୍ୟ ସ୍ତ୍ରୀ ହାତକୁ ଉକ୍ତ ପିଲାକୁ ଅର୍ପଣ କରିବା —୧. To hand over a newly born infant (with the placenta still attached), to the hands of another woman for bringing it up.
- ୨. (ଓଡ଼ିଶାରେ ଏକ ପ୍ରକାର ପୋଷ୍ୟପୁତ୍ର ଗ୍ରହଣ କରିବାର ରୀତି)—ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ତାହାର ନାଭି— ଛେଦନ ହେବା ପୂର୍ବରୁ ପୂର୍ବକୃତ ସଂଙ୍କଳ୍ପ ବା ଅଙ୍ଗୀକାର ଅନୁସାରେ ଉକ୍ତ ଶିଶୁକୁ ପୋଷିଆଁ ମାତାଙ୍କ ହାତକୁ ଜନ୍ମ କଲା ମାଆ ଟେକି ଦେବା —୨. To make over a newly born infant with the navel string still uncut to the woman who had promised to adopt it before it was born (a kind of taking in adoption of a child prevalent in Orissa.
[ଦ୍ରଷ୍ଟବ୍ୟ —ମୃତବସ୍ଥା ପ୍ରସୂତି ସ୍ତ୍ରୀମାନଙ୍କର ବିଶ୍ୱାସ ଯେ ଶିଶୁ ଜନ୍ମ ହେବା ମାତ୍ରେ ନାଡ଼ ଫୁଲ ସହିତ ଅନ୍ୟ ସ୍ତ୍ରୀଙ୍କୁ ଉକ୍ତ ଶିଶୁକୁ ପାଳନ କରିବାକୁ ଅର୍ପଣ କଲେ ସେ ଶିଶୁଟି ମୃତ୍ୟୁମୁଖରେ ପତିତ ହୁଏ ନାହିଁ ଆହୁରି ମଧ୍ୟ ଅପୁତ୍ରକା ସ୍ତ୍ରୀଙ୍କ ଠାରୁ ଜନ୍ମର ବହୁଦିନ ପୂର୍ବେ ପୋଷ୍ୟପୁତ୍ର ଗ୍ରହଣ କରିବାର ସ୍ଥିର କରିଥାଆନ୍ତି ଓ ଶିଶୁ ଭୂମିଷ୍ଠ ହେବା ମାତ୍ରେ ତାର ଲାହି କଟା ହେବା ପୂର୍ବରୁ ପ୍ରସୂତିଠାରୁ ଉକ୍ତ ଶିଶୁକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରି ଆପଣାର ଶିଶୁ ସ୍ୱରୂପ ଲାଳନପାଳନ କରନ୍ତି ]