ନାଡି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ହାତଗଣ୍ଠି ଓ ଗୋଡ଼ଗଣ୍ଠି ନିକଟରେ ଥିବା ଶିରା, ଯାହାକୁ ଚିପିଲେ ମନୁଷ୍ୟ ଶରୀରରସ୍ଥ କଫ ବାତ ପିତ୍ତର ଅବସ୍ଥା ଓ ହୃତ୍ପିଣ୍ତର ସ୍ପନ୍ଦନର ପରିମାଣ ଜଣା ପଡେ
  • ଦେହସ୍ଥ ରକ୍ତବହିନୀ ଶିରା; ନଳ ପରି ପୋଲା ଓ ଏଥି ମଧ୍ୟରେ ରକ୍ତ ଓ ରସାଦି ଯିବା ଆସିବା କରେ
  • ନଳ
  • ଗଛ ବା ଫୁଲ ଆଦିର ସରୁ ଡେମ୍ଫ ବା ନାଡ଼
  • ଦେହାଭ୍ୟନ୍ତରସ୍ଥ ଅନ୍ତ; ଅନ୍ତବୁଜୁଳା
  • ନାଡ଼; ନାଭି-ନାଡିକା
  • ଏକଦଣ୍ତ ସମୟ; ୬ କ୍ଷଣ ସମୟ; ପ୍ରାୟ ୨୪ ମିନିଟ୍
  • ନଳୀ ଘାଆ
  • ଜଳବାହୀ ସୂର୍ଯ୍ୟ ରଶ୍ମି
  • ବାଉଁଶର ନଳୀ
  • ବଣିଆଙ୍କ ଫୁଙ୍କନଳୀ
  • ବନ୍ଧୁକର ନଳୀ
  • ଗଣ୍ତଦୁର୍ବା
  • କୌଣସି ତୃଣର ପୋଲା ଡାଙ୍ଗ
  • ଛଦ୍ମ; କପଟ
  • ନଡୀନକ୍ଷତ୍ର
  • ହଠଯୋଗ ଅନୁସାରେ ଜ୍ଞାନବାହିନୀ, ଶକ୍ତିବାହିନୀ ଓ ଶ୍ଵାସପ୍ରଶ୍ଵାସବାହିନୀ ନାଡିମାନ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ନାଡିରଆକୃତିବିଶିଷ୍ଟ ଘୃତପକ୍ଵ ମିଷ୍ଟାନ୍ନବିଶେଷ
  • ଜ୍ଞାନ; ଚେତନା