ନାଥ
ଦେଖଣା
ନାଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ନାଥ୍ ଧାତୁ=ପ୍ରଭୂ ହେବା+କତ୍ତୃ. ଅ)
[ସମ୍ପାଦନା]- ୧. ପ୍ରଭୂ —୧. Lord; master.
- ୨. ଅଧିପତି; ଦ୍ରବ୍ୟର ମାଲିକ —୨. Owner.
- ୩. ସହାୟ; ରକ୍ଷକ —୩. Protector; guardian.
ସ୍ୱଭାବେ ନିର୍ଜନ ବନସ୍ତ ତାହାଙ୍କୁ କେ ହୋଇବ ନାଥ ଜଗନ୍ନାଥ. ଭାଗବତ
- ୪. ନାୟକ —୪. Leader.
- ୫. ଶାସକ —୫. Ruler.
- ୬. ସ୍ୱାମୀ; ପତି —୬. Husband.
- ୭. ପ୍ରାଣନାଥ; ପ୍ରାଣପ୍ରୀୟ ବ୍ୟକ୍ତି —୭. The lord of one's life; one's beloved ; a woman's lover.
- ୮. (+କରଣ. ଅ) ପଶୁ ଙ୍କର ନାକ ଫୋଡ଼ରେ ଗଳା ଯାଇଥିବା ଦଉଡ଼ି —୮. A string passed through the nose of bullocks etc.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭିକ୍ଷୁକ ବା ଯୋଗୀ ଜାତିର ଉପାଧିବିଶେଷ — ୧. The title of a beggar caste.
କୁଭଁ କୁଭଁ କୁଭଁ କେନ୍ଦରା ବାଜିଲା ନାଥ ଭିକ୍ଷା ମାଗେ ପରା ନନ୍ଦକିଶୋର. ନିର୍ଝରିଣୀ
[ ଏହା ମଧ୍ୟ ଗୋରଖ ପନ୍ଥୀ ସାଧୂମାନଙ୍କର ଉପାଧିବିଶେଷ ଓ ଏ ଉପାଧି ନାମ ପରେ ଲାଗେ ]
- ୨. (ରାଜ୍ୟର) ରାଜା —୨. King of a place.
ନାଥ ଅଷ୍ଟଦୂର୍ଗର ଯେ ନିତି ସେ ମୋ ପଦେ ଭଜେ କବିସୂର୍ଯ୍ୟ. କିଶୋରଚମ୍ପୂ ଟୀ ଗୀତ
[ ଦ୍ର—ଦେଶର ରାଜାଙ୍କୁ ଉକ୍ତ ଦେଶର ପ୍ରଭୂ, ନାଥ, ସ୍ୱାମୀ, ପତି, ଅଧିପ, ଅଧିପତି ଆଦି ପଦଦ୍ୱାରା ବର୍ଣ୍ଣନା କରାଯାଏ ]
- ୩. ବନ୍ଧୁ —୩. Friend.
ତିନି ଲୋକନାଥ ହୋଇଣ ଅନାଥ ଲୋଡ଼ୁ ଅଛନ୍ତି ସୁଗ୍ରୀବଙ୍କୁ ନାଥ କୃଷ୍ଣସିଂହ. ମହାଭାରତ. ଆଦି
- ୪. ଶ୍ରୀ ନାଥ, ଗୋପୀନାଥ, ଉଦୟନାଥ, ଜଗନ୍ନାଥ ଆଦି ବ୍ୟକ୍ତିଙ୍କୁ ଡ଼ାକିବା ନାମ —୪. Name by which persons named Ṡrīnātha, Udayanātha Jagannātha etc are accosted.