Jump to content

ନାନକ

ଉଇକିଅଭିଧାନ‌ରୁ

ନାନକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପଞ୍ଜାବର ଶିଖମାନଙ୍କ ଆଦି ଗୁରୁ; ଶିଖଧର୍ମର ପ୍ରତିଷ୍ଠାତା; ପ୍ରଥମ ଶିଖ ଗୁରୁ —The name of the founder of the sect of the Sikhs of the Punjab.

[ଦ୍ରଷ୍ଟବ୍ୟ —ଏ ପଞ୍ଜାବର ରାବୀ ନଦୀର କୂଳରେ ଏକ ଗ୍ରାମ (ଆଧୁନିକ ରାୟପୁର)ରେ କ୍ଷତ୍ରିୟବଂଶରେ ଜନ୍ମଗ୍ରହଣ କରିଥିଲେ ଏ ପିଲା ଦିନରୁ ସାଂସରିକ ବିଷୟରେ ଉଦାସୀନ ଥିଲେ ଓ ସାଧୁସେବା କରୁଥିଲେ ଏ ୧୬: ବର୍ଷ ବୟସରେ ବିବାହ କରିଥିଲେ ଏହାଙ୍କର ୨ ପୁତ୍ର ଜନ୍ମିଥିଲେ ଏ ୩୨: ବର୍ଷ ବୟସରେ ଗୃହତ୍ୟାଗୀ ହୋଇ ୪ ଣଜ ସଙ୍ଗୀଙ୍କୁ ନେଇ ପଞ୍ଜାବ ଓ ଉତ୍ତରଭାରତରେ ଏହି ମର୍ମରେ ଧର୍ମଉପଦେଶ ଦେବାକୁ ଲାଗିଲେ ଯେ ଇଶ୍ୱର ଏକ ଅଟନ୍ତି ଓ ହିନ୍ଦୁ ଏବଂ ମୁସଲମାନ ସେହି ଏକ ଈଶ୍ୱରଙ୍କ ଉପାସନା କରନ୍ତି ମୂର୍ତ୍ତିପୂଜା ଓ ବହୁ ଦେବୋପାସନାରର ଏ ବିରୋଧୀ ହେଲେ ଏହାଙ୍କ ଶିଷ୍ୟମାନଙ୍କୁ ଶିଖ୍ ବୋଲାଗଲା ଦିଲ୍ଲୀର ତତ୍କାଳୀନ ବାଦସାହା ଇବ୍ରାହିମଲୋଦୀ ଏହାଙ୍କୁ କାରାବଦ୍ଧ କଲେ ଓ ବାବର୍ ପାଣିପଥ ଯୁଦ୍ଧରେ (ଖ୍ରୀ ୧୫୨୪: ରେ) ଇବ୍ରାହିମ୍ଙ୍କୁ ପରାସ୍ତ କରି ଦିଲ୍ଲୀ ସିଂହାସନ ଅଧିକାର କରିବା ପରେ ଏ ବନ୍ଧନମୁକ୍ତ ହେଲେ ଶେଷଜୀବନରେ ଏ ପୁଣି ନିଜ ପରିବାରଙ୍କ ସହିତ ବାସକଲେ ଜଳନ୍ଧର ଜିଲ୍ଲାରେ ଏ କର୍ତ୍ତାରପୁର ନାମରରେ ଗୋଟିଏ ସହର ବସାଇ ସେଠାରେ ଗୋଟିଏ ବଡ଼ ଧର୍ମଶାଳା ସ୍ଥାପନ କରିଥିଲେ ଏ ଶିଖଧର୍ମର ପ୍ରତିଷ୍ଠାତା; ଶିଖମାନେ ଏହାଙ୍କ ଅନ୍ତେ ଏହାଙ୍କ ଉପଦେଶମାନ ସଂଗ୍ରହ କରି ଉକ୍ତ ସଂଗୃହୀତ ଗ୍ରନ୍ଥର ନାମ 'ଗ୍ରନ୍ଥସାହେବ' ରଖି ଏହାକୁ ପୂଜା କରନ୍ତି]