ନାନା ଫଡ୍ ନବିଶ୍
ନାନା ଫଡ୍ ନବିଶ୍
ଉଚ୍ଚାରଣ
[ସମ୍ପାଦନା](ନାନା ଫର୍ଣ୍ଣବିସ୍—ଅନ୍ୟରୁପ)
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷଣ - (ନାମ) (ମରହଟ୍ଟୀ)
[ସମ୍ପାଦନା]ତୁଣ୍ଡୁପନ୍ଥ ନାନା; ନାନା ସାହେବ — Nānā Sāhib
[ଦ୍ରଷ୍ଟବ୍ୟ —ଏହାଙ୍କର ପ୍ରକୃତ ନାମ ଧୁନ୍ଦୁପନ୍ଥ ଏ ପେଶବ ବାଜିରାଓଙ୍କର ପୋଷ୍ୟପୁତ୍ର ପେଶବା ବାଜିରାଓ ୩ୟ ମରହଟା ଯୁଦ୍ଧ ପରେ ଇଂରାଜଙ୍କଠାରୁ ବାର୍ଷିକ ୮ ଲକ୍ଷ ଟଙ୍କା ପେନ୍ସନ୍ ପାଇ କାନପୁର ନିକଟବର୍ତ୍ତୀ ବିଠୂରଠାରେ ରହୁଥିଲେ ତାଙ୍କ ମୃତ୍ୟୁପରେ ଇଂରାଜ ଗଭର୍ଣ୍ଣମେଣ୍ଟ ନାନା ସାହେବଙ୍କୁ ଏ ପେନ୍ସନ୍ ଦେଲେ ନାହିଁ ଏଥିପାଇଁ ସେ ଇଂରାଜଙ୍କ ବିପକ୍ଷରେ ଷଡଜନ୍ତ୍ର କରୁଥିଲେ ଏହି ସମୟରେ ସିପାହି ବିଦ୍ରୋହ (ଖ୍ରୀ ୧୮୫୭: )ଘଟିବାରୁ ନାନା ସାହେବ କାନପୁରଠାରେ ଗୁଡ଼ିଏ ବିଦ୍ରୋହୀ ସେନାଙ୍କ ନାୟକ ହୋଇ କାନପୁରରେ ଥିବା ସାହେବ ଓ ସେମାନଙ୍କ ପରିବାରଙ୍କୁ ଘେରିଲେ ଅବଶେଷରେ ସେମାନେ ଆତ୍ମସମର୍ପଣ କରିବାରୁ ନାନାଙ୍କ ଆଦେଶରେ ସେମାନେ ସିପାହିମାନଙ୍କଦ୍ୱାରା ନିହତ ହେଲେ କିନ୍ତୁ ଶେଷରେ ନାନା ସାହେବ ସେଠାରେ ପରାସ୍ତ ହୋଇ ଅଯୋଧ୍ୟାର ବେଗମ ଓ ବେରିଲିର ନବାବାଙ୍କ ସୈନ୍ୟଦଳରେ ଯୋଗ ଦେଲେ କିନ୍ତୁ ସେଠାରେ ପରାଜିତ ହୋଇ ନେପାଳ ପଳାଇଲେ ଯେ ଏହାଙ୍କୁ ଧରିଦେବ ଇଂରାଜସରକାର ତାଙ୍କୁ୧ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ, କିନ୍ତୁ କେହି ଏହାଙ୍କୁ ଧରିପାରି ନ ଥିଲେ ଶେଷରେ ଏ ନେପାଳ ଅରଣ୍ୟରେ ଲୁଚି ଲୁଚି ବୁଲି ସେଠାରେ ନିରୁଦ୍ଦେଶ ହେଲେ]