ନାନ୍ଦୀମୁଖୀ
ଦେଖଣା
ନାନ୍ଦୀମୁଖୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅବନ୍ତୀନଗରବାସିନୀ ମୁନିକନ୍ୟାବିଶେଷ — ୧. Name of a daughter of a sage living in Abantī.
[ଦ୍ରଷ୍ଟବ୍ୟ —ଏ ରାଧାକୃଷ୍ଣଙ୍କ ମିଳନରେ ଦୂତୀ କାର୍ଯ୍ୟ କରିଥିଲେ]
- ୨. ସଂସ୍କୃତ ଛନ୍ଦୋବିଶେଷ — ୨. Name of a Sanskrit metre.
[ଦ୍ରଷ୍ଟବ୍ୟ —ଏହାର ପ୍ରତ୍ୟକ ଚରଣରେ ୨ନଗଣ,୨ତରାଣ ଓ ୨ଗୁରୁ ବର୍ଣ୍ଣ ରହେ]
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ନାନ୍ଦୀମୁଖ+ସ୍ତ୍ରୀ. ଈ)
[ସମ୍ପାଦନା]ଯେଉଁ ମାତୃଗଣ ନାନ୍ଦୀମୁଖ ଶ୍ରାଦ୍ଧରେ ତର୍ପିତା ହୁଅନ୍ତି —The female ancestor. Who are invoked in a Nāndīmukha ṡrāddha.
[ଦ୍ରଷ୍ଟବ୍ୟ —ନାନ୍ଦୀମୁଖ ପିତୃଗଣ ଯଥା—ପିତା, ପିତାମହ, ପ୍ରପିତାମହ ଓ ମାତାମହ, ପ୍ରମାତାମହ, ବୁଦ୍ଧ ପ୍ରମାତାମହ ନାନ୍ଦୀମୁଖୀ ମାତୃଗଣ ଯଥା—ମାତା, ପିତାମହୀ, ପ୍ରପିତାମହୀ ଓ ମାତାମହୀ, ପ୍ରମାତାମହୀ, ବୃଦ୍ଧ ପ୍ରମାତାମହୀ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାନ୍ଦୀମୁଖ)
[ସମ୍ପାଦନା]ନାନ୍ଦୀମୁଖ ଶ୍ରାଦ୍ଧ —Propitia tory oblation offerted to the spirits of one's departed ancestors before festive rites are begun.