ନାବାଲଗ
ନାବାଲଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ବୈଦେଶିକ - ବିଶେଷଣ - (କଚିରିଆ) (ଫା—ନାବାଲିଗ୍)
- ୧. ଅପ୍ରାପ୍ତ ବୟସ୍କ —୧. Minor.
- ୨. ପ୍ରାପ୍ତ ବୟସ୍କର ଅଧିକାର ପାଇବା ନିମନ୍ତେ
(ବିପରୀତ—ସାବାଳକ) ଆଇନ୍ ଅନୁସାରେ ଉପଯୁକ୍ତ ବୟସରେ ଉପନୀତ ହୋଇ ନଥିବା;ଅଳ୍ପବୟସ୍କ —୨. Young;who has not yet attained his age of majority in the eye of law.
[ଦ୍ରଷ୍ଟବ୍ୟ —ଏ ଫାର୍ସୀ ଷବ୍ଦ ସ୍ତ୍ରୀ ଓ ପୁରୁଷଙ୍କ ପ୍ରତି ପ୍ରଯୁଜ୍ୟ ହୁଏ ସାଧୁଭାଷା ବ୍ୟବହାରପ୍ରିୟ ବ୍ୟକ୍ତି ଓ ଲେଖକମାନେ ନାବାଳକ ଶବ୍ଦକୁ ବାଳକ ଶବ୍ଦ ସଙ୍ଗେ ସଂପୃକ୍ତ ପୁଂଲିଙ୍ଗ ଶବ୍ଦ ବିଚାର କରି ତହିଁର ସ୍ତ୍ରୀଲିଙ୍ଗ ନାବାଳିକା କରନ୍ତି ଫା ନାବାଲିଗ୍ ଶବ୍ଦର ବିପରୀତ ବାଲିଗ୍=ବୟଃପ୍ରାପ୍ତ;କିନ୍ତୁଭାଷାରେ ବାଳକ ଶବ୍ଦ ସଙ୍ଗେ ଏ ଶବ୍ଦର ସମ୍ପର୍କ ଥିବାର ଭ୍ରମରେ ନାବାଳକର ବିପରୀତ ସାବାଳକ ଷବ୍ଦ ବ୍ୟବହୃତ ହୁଏ ହିନ୍ଦୁ ମୁସଲମାନ ଓ ପାଶ୍ଚାତ୍ୟ ଆଇନ ଅନୁସାରେ ଯୁବକ ଯୁବତୀମାନେ ୧୮: ବର୍ଷ ବା୨୧: ବର୍ଷ ପର୍ଯ୍ୟନ୍ତ 'ନାବାଳକ' (minor) ରହନ୍ତି ଓ ସେ ସମୟରେ ସେମାନଙ୍କର ସମ୍ପତ୍ତିକୁ ଓ ଶରୀରକୁ ରକ୍ଷଣାବେକ୍ଷଣ କରିବା ପାଇଁ ଅଭିଭାବକ (ଗାର୍ଜନ୍,guardian) ନିଯୁକ୍ତି ହୁଅନ୍ତି ବଡ଼ ବଡ଼ ରାଜା ଓ ଜମିଦାରମାନଙ୍କର ନାବାଲାଗି ସମୟରେ ରାଜସରକାର (କୋଟ୍ ଅଫ୍ ଓୟାର୍ଡସ (Governnment,court of wards) ସେମାନଙ୍କ ସମ୍ପତ୍ତି ଓ ଶରୀରର ରକ୍ଷଣାବେକ୍ଷଣର ଭାର ନିଅନ୍ତି ଓ ନାବାଲକମାନେ ଆଇନ୍ ଅନୁସାରେ କି କି କାର୍ଯ୍ୟ କରିପାରିବେ ଓ ନ କରି ପାରିବେ ଭିନ୍ନ ଭିନ୍ନ ଦେଶର ଆଇନରେ ଓ ଶାସ୍ତ୍ରରେ ତହିଁରେ ଭିନ୍ନ ଭିନ୍ନ କାଇଦା କଟଣା ଅଛି]
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଅପ୍ରାପ୍ତ ବୟସ୍କ ଯୁବା;ଯାହାର ଶରୀର ଓ ସମ୍ପତ୍ତି ରକ୍ଷଣାବେକ୍ଷଣ କରିବା ନିମନ୍ତେ ଅଭିଭାବକ ହୁଅନ୍ତି — A minor; a ward.