ନାଭି
ନାଭି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନଦ୍ ଧାତୁ=ବନ୍ଧନ କରିବା+ଇ; ଭ. ଆଦେଶ: +ଈ; ଯାହା ନାଡ଼ୀମାନଙ୍କୁ ବାନ୍ଧିରଖେ)
[ସମ୍ପାଦନା]- ୧. ଉଦରର ମଧ୍ୟଭାଗରେ ଥିବା ଗର୍ତ୍ତାକାର ଆବର୍ତ୍ତ; ଲାହି — ୧. Navel.
[ ଦ୍ର—ଏହିଠାରେ ଭ୍ରୂଣର ପେଟ ସଙ୍ଗେ ଜରାୟୁ ନାଳ (ନାଡ଼) ଲାଗିଥାଏ ଓ ସେହି ଛିଦ୍ରବାଟେ ଗର୍ଭାବସ୍ଥାରେ ଭ୍ରୂଣର ଦେହକୁ ରକ୍ତ ଯାଏ ଶିଶୁ ଜନ୍ମିଲା ପରେ ନାଭିଠାରେ ଜରାୟୁନାଳକୁ ଫୁଲରୁ କାଟି ଦିଆଯାଏ ]
- ୨. ଶିଶୁରନାଭି ସଙ୍ଗେ ଫୁଲ ଲାଗିଥିବା ନାଡ଼ — ୨. Naval cord; umbelical cord.
(ଯଥା—ନାଭିଚ୍ଛେଦନ)
- ୩. ଚକ୍ରର ମଧ୍ୟ ପିଣ୍ଡ; ଚକର ହାଣ୍ଡି — ୩. The hob or nave of a wheel.
କାଳଚକ୍ରୋ ନାଭି ଷଡ଼ ଋତୁ ହେଲେ ରାତ୍ର ଦିନ ସାଚଶ କୋଡ଼ିଏ ଅର ତୁଲେ—କୃଷ୍ଣସିଂହ ମହାଭାରତ. ଆଦି
- ୪. ସମ୍ରାଟ —୪. Emperor; a paramount sovereign.
- ୫. କ୍ଷତ୍ରିୟ —୫. A kshatriya.
- ୬. (ନାମ) ପ୍ରିୟବ୍ରତରାଜଙ୍କ ପୈତ୍ର (ବ୍ରହ୍ମାଣ୍ଡପୁରାଣ) — ୬. Name of the grandson of king Priyabrata.
- ୭. ଗୋତ୍ର —୭. Clan.
- ୮. ବୃତ୍ତର କେନ୍ଦ୍ର — ୮. The centre of a circle.
- ୯. କୌଣସି ପଦାର୍ଥ ମଧ୍ୟଦେଶ — ୯. The middle part of a thing.
- ୧. କସ୍ତୂରୀ —୧୦. Musk.
- ୧୧. ମଦ୍ୟ —୧୧. Spirituous liquor.
- ୧୨. ଗୃହ —୧୨. House (Apte).
- ୧୩. ଯଜ୍ଞଶାଳା (ଜ୍ଞାନେନ୍ଦ୍ର) — ୧୩. A room where vsdic sacriufice is performed.
- ୧୪. ଦଳପତି —୧୪. Leader or head of a party or body.
- ୧୫. ମହାଦେବ (ହିନ୍ଦୀ - ଶ.) —୧୫. Ṡibā.
- ୧୬. (ଭାଗବତୋକ୍ତ) ଅଗ୍ନୀଧ୍ର ରାଜାଙ୍କ ପୁତ୍ର ମଧ୍ୟରୁ ଏକ— ତମ ଓ ଭରତଙ୍କ ପିତାମହ — ୧୬. Name of a son of king Agnīdhra.
[ ଦ୍ର—ଅଗ୍ନିଧ୍ର ରାଜା ତାଙ୍କ ନଅ ପୁତ୍ରଙ୍କୁ ଜମ୍ୱୁଦ୍ୱୀପର ନଅ ଖଣ୍ଡ ବାଣ୍ଟିଦେଲେ ଏହାଙ୍କୁ ଯେଉଁ ଖଣ୍ଡ ଦେଇଥିଲେ ତାହା ନାଭିଖଣ୍ଡ ଓ ପରେ ଭାରତଖଣ୍ଡ ନାମରେ ପ୍ରସିଦ୍ଧ ହେଲା ଏହାଙ୍କ ପତ୍ୱୀ ମେରୁ— ଦେବୀଙ୍କ ସଙ୍ଗେ ପୁତ୍ର କାମନାରେ ଓ ଯଜ୍ଞ କଲେ ଏ ଯଜ୍ଞରେ ବିଷ୍ଣୁ ପ୍ରସନ୍ନ ହୋଇ ତାଙ୍କୁ ଦେଖାଦେବାରୁ ଏ ବିଷ୍ଣୁଙ୍କ ପରି ଗୋଟିଏ ପୁତ୍ର ପ୍ରାର୍ଥନା କଲେ ବିଷ୍ଣୁ ଏଥିରେ ସ୍ୱୀକୃତ ହୋଇ ସ୍ୱୟଂ ଋଷଭ ଅବତାରରେ ମେରୁଦେବୀଙ୍କ ଗର୍ଭରେ ଜନ୍ମିଲେ ଏହି ଋଷଭ ଦେବଙ୍କୁ ଜୈନମାନ ଆଦି ତୀର୍ଥଂକରରୂପେ ମାନନ୍ତି ବିଷ୍ଣୁଙ୍କ ୨୪: ଅବତାର ମଧ୍ୟରୁ ଋଷଭ ଏକତମ—ହିନ୍ଦୀ - ଶ.]
[ ଦ୍ର—ନାଭି ଶବ୍ଦ ସମାସରେ ଅନ୍ୟ ଶବ୍ଦ ପରେ ଯୁକ୍ତ ହେଲେ 'ନାଭି' ଆକାର ଧାରଣ କରେ ଯଥା—ପଦ୍ମନାଭ, ଊର୍ଣ୍ଣନାଭ ]