ନାମ

ଉଇକିଅଭିଧାନ‌ରୁ

ନାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନାମ୍ ଧାତୁ ଶଦ୍ଦ କରିବା+ମନ୍; କିମ୍ୱା ମ୍ନା ଧାତୁ= ଅଭ୍ୟାସ କରିବା+କର୍ମ. ମନ; 'ନାମନ୍' ଶଦ୍ଦ ୧ମା. ୧ବ; ତୁଳନା କର ଫାରାସୀ - ନାମ୍, ଇଂ, ନେମ୍; ଲାଟିନ୍. ନୋମେନ; ଜର୍ମାନ୍. ନାମ, ପ୍ରାଚୀନ ଇଂରାଜି—ନାମା)[ସମ୍ପାଦନା]

୧. ନାଆଁ; ଆଖ୍ୟା —୧. Name; personal or individual name.
୨. ଆଖ୍ୟା ବା ସଂଜ୍ଞାବାଚକ ଶବ୍ଦ — ୨. Appellation.
୩. ସଂଜ୍ଞା —୩. Denomination.
୪. ସୁଖ୍ୟାତି; ପ୍ରସିଦ୍ଧି; ଯଶଃ —୪. Fama; renown; reputation; good name.
୫. ଦୁର୍ନାମ —୫. Notoriety; evil name.
୬. ଉଲ୍ଲେଖ —୬. Mention.
୭. (ବ୍ୟାକରଣ) ବିଭକ୍ତିହୀନ ବିଶେଷ୍ୟ ଶବ୍ଦ — ୭. (grammar) The root word of a noun; the substantive.
୮. ଶବ୍ଦ ବା ଧ୍ୱନି —୮. Sound.
୯. ଭଗବାନଙ୍କ ନାମ —୯. Name of God.
୧. ଇଷ୍ଟଦେବତାଙ୍କ ନାମ — ୧୦. Name of one's worshipped Deity.
୧୧. ଜଳ —୧୧. Water (Apte).
୧୨. ଚିହ୍ନ ମାତ୍ର —୧୨. Trace; mere mark (Apte).
୧୩. ସମାର୍ଥବାଚକ ଶବ୍ଦ — ୧୩. Synonymous word (Apte).
୧୪. ରୂପ; ପ୍ରକାର; ରୀତି — ୧୪. Form; mode; menner (Apte).

ସଂସ୍କୃତ - ଅ. (ନମ୍ ଧାତୁ=ନମ୍ର ହେବା+ଅ)[ସମ୍ପାଦନା]

(ସଂସ୍କୃତରେ ଏହା ନିମ୍ନଲିଖିତ ଅର୍ଥ ଓ ଉପଲକ୍ଷମାନଙ୍କରେ ବ୍ୟବହୃତ ହୁଏ; କିନ୍ତୁ ଓଡ଼ିଆରେ ଏଥିର ବ୍ୟବହାର ନାହିଁ ଏହା ମଧ୍ୟ ପ୍ରଶ୍ନାର୍ଥକ ସର୍ବନାମ କଥଂ କଦା କିମ୍ ଆଦି ପରେ ବ୍ୟବହୃତ ହୁଏ —A particle used in varipus meaning and on various occasions in Sanskrit but searcely used in Oria).

୧. ନାମରେ; ନାମକ; ଆଖ୍ୟାତ —୧. Named.

(ଯଥା—ହିମାଳୟୋ ନାମ ନଗାଧିରାଜଃ—କୁମାରସଂଭବ)

୨. ନିଶ୍ଚେ —୨. Certainly; indeed; truly.

(ଯଥା—ମୟା ନାମ ଜିତଂ=କୁମାର ସଂଭବ)

୩. ସ୍ୱଭାବତଃ; ବୋଧହୁଏ — ୩. Probably; methinks; it seems.

(ଯଥା—ତ୍ୱୟା ନାମ ମୁନିର୍ବିମାନ୍ୟଃ—ମୃଚ୍ଛକଟିକ)

୪. ଛଳନା; ଭାଣ —୪. Pretence.

(ଯଥା—କାର୍ତ୍ତାନ୍ତି କୋନାମ ଭୁତ୍ୱା—ଦଶକୁମାରଚରିତ)

୫. ଆଶ୍ଚର୍ଯ୍ୟର ବିଷୟ ଏହି କି —୫. It is a wonder.
୬. କ୍ରୋଧ —୬. In anger or censure.

(ଯଥା—ମମାପିନାମ ଦଶାନନସ୍ୟପରୈଃ ପରିଭବ)

୭. ଶୋକ —୭. In sorrow.
୮. ସ୍ମରଣ —୮. In remembrance.

(ଯଥା—ଆଶ୍ଚର୍ଯ୍ୟମନ୍ଧୋ ନାମ ପୁତ୍ରଂ ଦ୍ରକ୍ଷତି=ଶକୁନ୍ତଳା)

୯. ସ୍ୱୀକାର —୯. I agree.

(ଯଥା—କରୋତୁ ନାମନୀତିଜ୍ଞୋ ବ୍ୟବସାୟ ମିତସ୍ତତ— ହିତୋପଦେଶ)

୧. ନିନ୍ଦା —୧୦. In blame (Apte).

(ଯଥା—ମମାପିନାମ ସତ୍ୱୈ ରଭିଭୂୟତେ ଗୃହାଃ—ଶକ୍ତନ୍ତଳା)