ନାମ କରଣ

ଉଇକିଅଭିଧାନ‌ରୁ

ନାମ କରଣ

ଓଡ଼ିଆ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ସନ୍ତାନର ପ୍ରଥମ ନାମ ଦେବା ରୂପ ସଂସ୍କାର ବିଶେଷ —୧. The ceremony of giving a name to a child (=Christianp-Baptism)

[ ଦ୍ର—ଏହା ଦ୍ୱିଜାତିମାନଙ୍କର ଗୋଟିଏ ସଂସ୍କାର ବ୍ରାହ୍ମଣ ଶିଶୁର ଏକାଦଶ ବା ଦ୍ୱାଦଶ ଦିନ , କ୍ଷତ୍ରିୟର ତ୍ରୟୋଦଶ, ବୈଶ୍ୟର ଷୋଡ଼ଶ ଓ ଶୂଦ୍ରର ଦ୍ୱାବିଂଶ ଦିବସରେ ଗୋଭିଳଙ୍କ ଗୃହ୍ୟସୁତ୍ର ମତରେ ନାମକରଣ ବିଧି ଅନୁଷ୍ଠିତ ହୁଏ ମତା ଶିଶୁକୁ ଆଣି ପିତାଙ୍କ କୋଳରେ ଦେବେ ଓ ପିତା ଶିଶୁ କୋଳରେ ଧରିବେ, ଶିଶୁକୁ ନୂଆ ଲୁଗା ପିନ୍ଧାଇବେ; ସେ ଦିନ ଗୌରୀ ଓ ଷୋଡ଼ଶ ମାତୃକାଙ୍କ ପୂଜା କରି ବ଼ୃଦ୍ଧିଶ୍ରାଦ୍ଧ କରିସାରି ଶିଶୁର ଡାହାଣ କାନରେ ତାର ନାମ ଉଚ୍ଚାରଣ କରିବା ନାମ ଅନ୍ତେ ବ୍ରାହ୍ମଣର ନାମ ପରେ ଶର୍ମା ଓ ଦେବା, କ୍ଷତ୍ରିୟର ଚର୍ମା ବା ତ୍ରାତା, ବୈଶ୍ୟର ଭୂତି ବା ଗୁପ୍ତ ଓ ଶୂଦ୍ରଷର ଦାସ ଉପାଧି ଦିଆଯିବ ପାରସ୍ପର ଗୃହ୍ୟ ସୂତ୍ର ମତରେ ପୁରୁଷର ନାମ ତଦ୍ଧିତାନ୍ତ (ଯଥା ଦାଶରଥି; ଭାଗୀରଥୀ) ହେବା ଉଚିତ ନୁହେଁ ସ୍ତ୍ରୀର ନାମ ତଦ୍ଧିତାନ୍ତ (ଯଥା କୈକେୟୀ, ଜାନକୀ) ହେଲେ ତେତେ ଦୋଷାବହୁ ନୁହେ—ହିନ୍ଦୀ - ଶ]

୨. କୌଣସି ବ୍ୟକ୍ତି ବା ବସ୍ତୁବା ଅନୁଷ୍ଠାନର ପରିଚୟାର୍ଥ ତାକୁ ଗୋଟିଏ ନୂଆ ନାମ ଦେବା —୨. The act of giving a new name to a person, thing or institution.