Jump to content

ନାରଙ୍ଗ

ଉଇକିଅଭିଧାନ‌ରୁ

ନାରଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନାରୀ+ଅଙ୍ଗ; ନିପାତନ)

୧. ବିଟ; ଜାର ପୁରୁଷ — ୧. A lecher; an adulterer; a libertine.
୨. ଏକପ୍ରକାର ମିଠା ଲେମ୍ୱୁ — ୨. A kind of orange; Citrus Aurantium (Haines); the sweet orange (Kirtikar).

[ଦ୍ରଷ୍ଟବ୍ୟ — ଏହା ଉଦ୍ୟାନଜାତ ଅମ୍ଳ ମଧୁର ଫଳ ବିଶିଷ୍ଟ ଲେମ୍ୱୁଜାତୀୟ ତରୁ; ଫଳ ଗୋଲ ଏବଂ ଫଳର ଉପର ଓ ତଳ ଚେପଟା; ଫୁଲ ଧଳା ଫୁଲ କେଶରଯୁକ୍ତ; ଫୁଲରେ ଫଳ ଧରେ ଫଳ ବର୍ଷକେ ଥରେ ହୁଏ ଫଳ କମଳା ଲେମ୍ୱୁ ଅପେକ୍ଷା ଛୋଟ ବୈଦଶାସ୍ତ୍ର ମତରେ ଏହା ଅମ୍ଳ ମଧୁର ଅଗ୍ନିଦୀପକ ଓ ବାୟୁନାଶକ—ଏହା ମେହ, ପିତ୍ତଜନିତ କାସ, ଜ୍ୱରଜନିତ ଦାହ ଓ ତୃଷାନିବାରଣକର ପାଚିଲା ଫଳର ଚୋପା ଈଷିତ୍ ହଳଦିଆ ମିଶ୍ରିତ ନାଲି ଆସାମର ଖାସିଆ ପାହାଡ଼, ଶ୍ରୀହଟ୍ଟ (ସିଲ୍ହଟ୍), ମଧ୍ୟପ୍ରଦେଶର ନାଗପୁରରେ ଯେଉଁ ନାରଙ୍ଗ ହୁଏ ତାହା ପାଚିଲେ ମଧୁରରସ ହୁଏ ଓ ତାହାକୁ ଲୋକେ ମିଠା କମଳା କହନ୍ତି ଆଜି କାଲି ବାମଣ୍ଡା, ନୁଆଗଡ଼ଆଦି ଗଡ଼ଜାତରେ ମିଠା କମଳା ବୃକ୍ଷ ରୋପଣ କରାଯାଇ ତହିଁରେ ମିଷ୍ଟରସ କମଳା ବୃକ୍ଷ ଫଳୁଥିବାର ଦେଖାଯାଏ; କଥିତ ଅଛି ଯେ ସ୍ପେନରେ ମୁସଲମାନ୍ ରାଜତ୍ୱକାଳରେ ଫାରସୀ 'ନାରଂଜ' ଶବ୍ଦ ସ୍ପେନଭାଷାରେ ଚଳିଲା ଓ କ୍ରମଶଃ ତାହା ଇଂରାଜିଭାଷାରେ 'a narange' (ଗୋଟିଏ ନାରଙ୍ଗ) ଚଳିଲା ଓ ଲୋକେ ଏ ନାରେଂଜ' କହୁ କହୁ ଆନ୍ ଅରେଞ୍ଜ an orange କଲେ ଓ ଏଥିରୁ ଇଂରାଜି ଭାଷାରେ ଅରେଞ୍ଜ (ଲେମ୍ୱୁ) ଶବ୍ଦ ଚଳିଲା ]

୩. ପିପ୍ପଳୀ ଗୁଳ୍ମର ରସ —୩. The juice of the pepper plant (M.W.).
୪. ପ୍ରାଣୀ ବା ଜୀବ —୪. A living being (M.W.).
୫. ଯମଜ ମଧ୍ୟରୁ ଏକ —୫. A twin (M.W.).
୬. ଶୁକପକ୍ଷୀ —୬. A parrot (M.W.).