Jump to content

ନାରୁ

ଉଇକିଅଭିଧାନ‌ରୁ

ନାରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ଅ.—(ଆପଣା ଠାରୁ ନୀଚତର ବ୍ୟକ୍ତି ଯାହାକୁ 'ତୁ' ବୋଲି ସମ୍ୱୋଧନ କରାଯାଏ, ତା ପ୍ରତି ପ୍ରଯୁଜ୍ୟ; ଅନ୍ୟ ଅସମାପିକା କ୍ରିୟା ପରେ ଲାଗେ, ଅନୁରୋଧାର୍ଥକ; ଅର୍ଥ=ନପାରୁକି?)

[ସମ୍ପାଦନା]

(ନାରୋ—ଆଦରାର୍ଥକ ରୂପ)

ଅମୁକ କାର୍ଯ୍ୟ କରି ପାରିବୁ ନାହିଁକି, ଅର୍ଥାତ୍ ତୋତେ ଅନୁରୋଧ କରୁଛି ତୁ ଅମୁକ କାର୍ଯ୍ୟ କର — Won't you?

ଜଜୁ ବୋଉ ଲୋ ଜୁଜୁ ବୋଉ ! ଥାନ ଟିକେ ଦେଇ ନାରୁ, ମୋ ଜୁଜୁଟି ବଡ଼ ଦୁଷ୍ଟ, କହୁଣୀ ମାରଇ ରୁଟୁ ରୁଟ୍ଟ ଦୂର ପଳା, ଦୂର୍ ପଳା ଟିପାଟିପି କାହାଣୀ

ଅନୁବାଦ

[ସମ୍ପାଦନା]

(ନାରୁଆ—ଅନାଦାରାର୍ଥକ) ===

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଆଦରାର୍ଥକ) ନାରାୟଣ, ନରହରି, ନରସିଂହର ଡାକ ନାମ —Name for calling Nārāyaṇa etc.
୨. ମନୁଷ୍ୟଙ୍କ ଦେହରେ ହେବା କୃମିଜନିତ ରୋଗ ବିଶେଷ — ୨. A disease accompanied with small eruptions on the body due to thread worms.

[ଦ୍ରଷ୍ଟବ୍ୟ —ଏ ରୋଗରେ ଅଣ୍ଟାଠାରୁ ଗୋଡ଼ ତଳିପା ପର୍ଯ୍ୟନ୍ତ ଅଂଶରେ ଛୋଟ ଛୋଟ ବ୍ରଣ ବା କୁଣ୍ଡିଆ ବାହାରେ ଓ ଉକ୍ତ କ୍ଷତରୁ ୧ ଫୁଟ ଠାରୁ ୪୫: ଫୁଟ ଲମ୍ୱ ସୂତା ପରି ସରୁ କୃମି ଟଣା ହୋଇ ବାହାର କରାଯାଆନ୍ତି ଏ କୃମି ଚର୍ମଗତ ହୋଇଥିବା ପର୍ଯ୍ୟନ୍ତ ଏମାନଙ୍କ ମୁଣ୍ଡକୁ ସଣ୍ଡୁଆସିରେ ଧରି ଏମାନଙ୍କୁ ଟାଣି ବାହାର କରାଯାଏ; କିନ୍ତୁ ଏମାନେ ରକ୍ତ ନାଡ଼ି ସଙ୍ଗେ ମିଶିଗଲେ ବାତଜର ଓ ଗୋଦର ରୋଗ ହୁଏ ଏହା ଗ୍ରୀଷ୍ମପ୍ରଧାନ ଦେଶବାସୀଙ୍କୁ ଧରିବାର ଦେଖାଯାଏ ଏ କୀଟମାନେ ଅତି ଛୋଟ ଛୋଟ ଥିବାବେଳେ ପାଣିରେ ବା ସନ୍ତସନ୍ତିଆ ଭୂମିରେ ଚରୁଥାଆନ୍ତି ଓ ଖାଲି ଦେହ ବା ଗୋଡ଼ ବାଟେ ଶରୀରକୁ ପ୍ରବେଶ କରନ୍ତି ଏ ରୋଗ ଆକ୍ରମଣ କଲେ ମନୁଷ୍ୟ ଦିର୍ବଳ ଓ ନିକମ୍ମା ହୋଇଯାଏ]