ନାଳ
ଦେଖଣା
ନାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ନଳ — ୧. Tube.
- ୨. ମୃଣାଳ —୨. The stem or stalk of lotus.
ବିରହ ତୋହ ବଂଶେ, ଜନ୍ମିବାର ବିରସେ ସାରସ ନାଳେ ଢଳି ସେ ଭଞ୍ଜ, ବୈଦେହୀଶବିଳାସ
- ୩. ଶୂନ୍ୟ ଗର୍ଭ ବା ଫମ୍ପା ଡାଙ୍ଗ; ନାଡ଼ — ୩. A hollow stem or reed.
- ୪. ହରିତାଳ —୪. Yellow orpiment.
- ୫. ଛୋଟ ଗଛର ବଲତାର ଡାଙ୍ଗ — ୫. Stem or stalk of plants and creepers.
- ୬. ବନ୍ଧୁକର ନଳି —୬. The barrel of a gun.
- ୭. ଫୁଙ୍କ ନଳ —୫. Blow pipe.
- ୮. ତନ୍ତିଙ୍କ କଣ୍ଟା —୮. Weaver's shuttle.
- ୯. କଲମକୁ ଛେଲିବା ବେଳେ ତହିଁରୁ ବାହାରିବା ପତଳା ଛିଲିକା—(ହିନ୍ଦୀ - ଶ.) —୯. The scraping from a quill pen.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳା)
[ସମ୍ପାଦନା]- ୧. ପାଟିରୁ ବୋହିବା ଲାଳ; ଶୃଣିକା — ୧. Slaver; saliva.
- ୨. ଅଠାଳିଆ ରସ — ୨. Gummy liquid or juice.
- ୩. ଆମ; ପେଟ ମଧ୍ୟରେ ଥିବା ଆମ (ଯାହା ଝାଡ଼ା ବାଟେ ବାହାରେ) —୩. Mucus inside the system.
- ୪. (ସଂସ୍କୃତ - କାଳ)—କୃତ୍ରିମ ନଦୀ; କେନାଲ — ୪. Canal; artificial channel dug for irrigation purposes.
[ଦ୍ରଷ୍ଟବ୍ୟ — ନଦୀ ଆଦିରୁ ପାଣି ନେବା ନିମନ୍ତେ କୃତ୍ରିମ ଜଳନାଳ ଖୋଳି ଲୋକେ ସେ ବାଟେ ଡଙ୍ଗା ଆଦି ଚଳାନ୍ତି ଓ ନିର୍ଜଳ କ୍ଷେତ୍ରକୁ ଜଳ ନିଅନ୍ତି ପୁରାକାଳରେ ଅନେକ ନାଳ ଖୋଳା ଯାଇଥିଲା ଓ ଆଧୁନିକ ଯୁଗରେ ଅନେକ ନାଳ ଖୋଳା ଯାଇଅଛି ଭାରତରେ ଇଂରାଜ ଗଭର୍ଣ୍ଣମେଣ୍ଟ ବଡ଼ ବଡ଼ ନଦୀମାନ ବନ୍ଧାଇ ସେଥିରୁ ନାଳ ବାଟେ ପାଣି ନେଇ ବ୍ୟବସାୟ ଓ କୃଷିର ପଥ ସୁକର କରି ଅଛନ୍ତି]