Jump to content

ନାଶ

ଉଇକିଅଭିଧାନ‌ରୁ

ନାଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନଶ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ମୃତ୍ୟୁ — ୧. Death.

ବାୟୁ ସଖାରେ ପଶିଲେ ସେ କାଳେ ଏ, ଶାପ ଦେଲେ ସୂତ ମୁଖ ନ ଦେଖି ନାଶରେ ଭଞ୍ଜ. ବୈଦେହୀଶବିଳାସ

୨. ବିନାଶ; ଧ୍ୱଂସ —୨. Destruction; spoilation ruin.
୩. ଲୋପ — ୩. Extinction; annihilation; cessation.
୪. କ୍ଷତି; ନଷ୍ଟି —୪. Injury; loss; damage.
୫. ଅପଚୟ —୫. Waste; spoilation.
୬. ଅଦର୍ଶନ; ଉଭେଇଯିବା —୬. Disappearance.
୭. ପଳାୟନ —୭. Flight.

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ବ୍ୟବହୃତ ହୁଏ ଯଥା— କୁଳନାଶ, ବଂଶନାଶ, ଧର୍ମନାଶ, ସର୍ବନାଶ ଇତ୍ୟାଦି]

୮. ଦୂରୀଭୂତ ହେବା —୮. Removal.

[ଦ୍ରଷ୍ଟବ୍ୟ —ସାଂଖ୍ୟମତରେ କୌଣସି ବସ୍ତୁ ବା କାର୍ଯ୍ୟର କାରଣରେ ଲୟ ହେବାକୁ ନାଶ ବୋଲାଯାଏ କୌଣସି ବସ୍ତୁ ତହିଁର କାରଣରେ ଲୀନ ହୋଇଗଲେ ତାହା ଏତେ ସୂକ୍ଷ୍ମ ହୋଇଯାଏ ଯେ, ତାହା ଇନ୍ଦ୍ରିୟଦ୍ୱାରା ଅନୁଭୂତ ହୋଇ ନ ପାରେ]

ଦେଶଜ - ବିଶେଷଣ -

[ସମ୍ପାଦନା]

ନଷ୍ଟ; କଳୁଷିତ —Spoilt; contaminated.

ତାହାର ବିଷେ ଜଳ ନାଶ ଜନ୍ତୁଏ ନ କରନ୍ତି ଗ୍ରାସ—ଜଗନ୍ନାଥ ଭାଗବତ