ନାହା ପେଲିବା
ଦେଖଣା
ନାହା ପେଲିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ନୌକାରୋହୀମାନେ ବସିଥିବା ଡ଼ଙ୍ଗାକୁ ବିପରୀତ କୂଳ ଆଡ଼କୁ ଭାସିଯିବାକୁ ଏକ କୂଳରୁ ଠେଲିଦେବା —୧. To push away a boat to proceed to the other bank.
- ୨. (ଲକ୍ଷଣାର୍ଥ) ସଂସାରଯାତ୍ରା ନିର୍ବାହ କରିବା — ୨. (figurative) To eke out one's existence; to carry on one's worldly concerns.
[ଦ୍ରଷ୍ଟବ୍ୟ —ଶୁଖିଲାରେ ନାହା ପେଲିବା—ନ୍ୟାୟ= ବିନା ଧନରେ ସଂସାରଯାତ୍ରା ନିର୍ବାହକରିବା ବା କୌଣସି ବ୍ୟୟସାଧ୍ୟ କର୍ମ କରିବା; ଯଥା—ମୋ ହାତରେ ପଇସାଟିଏ ନାହିଁ, ମୁଁ ପୁଅ ବିଭାଘର କରିବାକୁ ବସିଛି; ଅତଏବ ଶୁଖିଲାରେ ନାହା ପେଲିବି ବୋଲି ଭାବିଛି]
- ୩. (ଲକ୍ଷଣାର୍ଥ)—ଜୀବନର ଅବଶିଷ୍ଟ ଅଂଶ କଷ୍ଟେ ସୃଷ୍ଟେ ଅତିବାହିତ କରିବା —୩. (figurative) To pass the remaining days of one's life anyhow.