ନିକି
ଦେଖଣା
ନିକି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ. (ସଂସ୍କୃତ - ନୁ; କିମ୍ୱା ନକିଂ; ନୁକଂ)
[ସମ୍ପାଦନା]- ୧. (ପ୍ରଶ୍ନାର୍ଥକ)— କି; କଅଣ — ୧. Interjection used in interrrogative.
ପର ଦୁଃଖ ନିକି ଜାଣଇ ପର—ଭଞ୍ଜ. ସୁବର୍ଣ୍ଣରେଖା
- ୨. (ସମ୍ଭାବନାର୍ଥକ) ପରା — ୨. Interjection indicating expectation.
ନବ ବିରହେ କୃଶ ମୋର ମୂରତି ଯତନେ ନିକି ଚିତ୍ରୁଥିବ ଯୁବତୀ—ରାଧାନ
- ୩. (ସନ୍ଦୋହାର୍ଥକ) ସତେ? —୩. (doubt) Is it so?
ବଚନ ମଧୁର ସୁମରି ସୁମରି ପ୍ରାଣ ନିକି ରଖିପାରିବ—ଭକ୍ତଚରଣ. ମଥୁରାମଙ୍ଗଳ
- ୪. (ନିଶ୍ଚୟାର୍ଥକ) ନିଶ୍ଚେ; ନାହିଁକି — ୪. Certainly; no doubt; is it not?
ଆଦରେ ଏହାକୁ କରନ୍ତିନିକି ମୁଁ ଗଳାହାର—ରାଧାନାଥ ଉଷା
- ୫. (ପ୍ରଶ୍ନରୂପରେ ପ୍ରୟୋଗ) ନାହିଁ; କି? —୫. No.
ତା ଶୁଣି ଗନ୍ଧର୍ବେ ବୋଇଲେ ଆମ୍ଭେମାନେ ଛାଡ଼ିବୁନିକି ତାଙ୍କୁ ତୁମ୍ଭରି ବଚନେ—କୃଷ୍ଣସିଂହ. ମହାଭାରତ. ବନ
- ୬. (ଆଶଙ୍କାଜନିତ ପ୍ରଶ୍ନାର୍ଥକ) ସଂଭବତଃ —୬. Perhaps.
ପାସୋରିଲ ନିକି ପିତୃ ପିକାମହର—ମଧୁସୂଦନ. ଉତ୍କଳରଥ