ନିଖାତ
ଦେଖଣା
ନିଖାତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନି+ଖନ ଧାତୁ=ଖୋଳିବା+କର୍ମ. ତ)
[ସମ୍ପାଦନା]- ୧. ଖନିତ; ଖୋଳା ହୋଇଥିବା —୧. Dug.
- ୨. ନିବେଶିତ; ସ୍ଥାପିତ —୨. Placed; fixed.
- ୩. ପ୍ରୋଥିତ; ପୋତା ଯାଇଥିବା — ୩. Buried; interred.
- ୪. ଖୋଳା ହୋଇ ବାହାର କରା ଯାଇଥିବା — ୪. Dug up; excavated.
- ୫. ଭୂମିରେ ଗାତ ଖୋଳାଯାଇ ପୋତା ଯାଇଥିବା; ରୋପିତ — ୫. Planted; infixed.
ବିଶେଷ୍ୟ -
[ସମ୍ପାଦନା]- ୧. ଜମିର ସୀମା ନିରୂପକ ପହଣୀ —୧. A trench dug round a field as landmark or boundary.
- ୨. ଖାଈ; ନାଳୀ —୨. A ditch; a long pit.
ଦେଶଜ - ବିଶେଷ୍ୟ - (କଚିରିଆ)—(କବଲା ଆଦିରେ ବ୍ୟବହୃତ)
[ସମ୍ପାଦନା]ପୋତା ଥିବା ଧନ ଓ ବସ୍ତୁ —Buried treasure and things; treasure trove.
(ଯଥା—ଏ ଜମି ଓ ତହିଁରେ ଥିବା ପୋତା, ନୋତା, ନିଧି, ନିଖାତ, କାଷ୍ଠ, ପାଷାଣ, ତରୁ, ଲତା, ଛାୟା, ଉପଛାୟା ସମସ୍ତ ସମ୍ପତ୍ତିକୁ ଏ କବାଲାଦ୍ୱାରା ବିକ୍ରି କଲୁଁ)