ନିଗଡ଼ା
ଦେଖଣା
ନିଗଡ଼ା
ଉଚ୍ଚାରଣ
[ସମ୍ପାଦନା](ନିଗଡ଼ା, ନିଙ୍ଗଡ଼ା, ନିଙ୍ଗିଡ଼ା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନର୍ଗଳନ)
[ସମ୍ପାଦନା]- ୧. ଚୁପୁଡ଼ାଯାଇ ରସ ବାହାର କରାଯିବା; ଚୁପୁଡ଼ିବା କର୍ମ — ୧. Squeezing out of the juice; the pressing out of the juice from a thing.
- ୨. ରସ କ୍ଷରିତ ହେବା; ରସକ୍ଷରଣ — ୨. Oozing out of the juice.
[ଦ୍ରଷ୍ଟବ୍ୟ —'କାର୍ତ୍ତିକନିଗଡ଼ା' ଶବ୍ଦର ଅର୍ଥ—ଓଡ଼ିଶାରେ ଅଘରଦୁଆରି କାର୍ତ୍ତିକ ମାସରେ ବ୍ୟାପିବା ଏକପ୍ରକାର ମାଲେରିଆ ଜର ବର୍ଷା— ଦିନେ ଅତ୍ୟଧିକ ଜଳସଂସର୍ଗଦ୍ୱାରା ମନୁଷ୍ୟଦେହରେ ଯେଉଁ ରସାଧିକ୍ୟ ହୋଇଥାଏ, କାର୍ତ୍ତିକ ମାସରେ ଅର୍ଥାତ୍ ବର୍ଷା ପରେ ଶରତ୍ କାଳରେ ପୃଥିବୀର ରସ ଶୁଖିଆସିବା (ନିଗିଡ଼ିବା) ସଙ୍ଗେ ସଙ୍ଗେ ମନୁଷ୍ୟ ଦେହରୁ ମଧ୍ୟ ଉକ୍ତ ରସ ଶୁଖିଯାଏ (ନିଗିଡ଼େ) ଓ ତଜ୍ଜନିତ ତାପବୃଦ୍ଧି ଓ ଜ୍ୱର ହୁଏ ସେହି ଜ୍ୱରକୁ କାର୍ତ୍ତିକନିଗଡ଼ ବୋଲାଯାଏ ଶରତ୍ କାଳରେ ଦେହରୁ ରସ ଶୁଖିବା ସ୍ୱାଭାବିକ; କିନ୍ତୁ ଆମ୍ଭେମାନେ ସେହି ସମୟରେ ବର୍ଷାଋତୁର ଅଭ୍ୟାସବଶତଃ ରସାଧିକ ଖାଦ୍ୟ ଗ୍ରହଣକରୁଁ,
ଏଥିପାଇଁ ବର୍ଷାଦିନେ ଦେହରେ ସଞ୍ଚିତ ରସ ଶୁଖି ନ ପାରି ରସାଧିକ ଯୋଗୁଁ ଏ ଜ୍ୱର ହୁଏ ଏଥିଯୋଗୁଁ କାର୍ତ୍ତିକ ମାସରେ ଖାଦ୍ୟ ସମ୍ୱନ୍ଧେ ସଂଯମ (ହବିଶ୍ୱବ୍ରତ) ବା ଦିନାନ୍ତେ ଥରେ ଭୋଜନ ହିନ୍ଦୁମାନଙ୍କ ଶାସ୍ୟରେ ନିର୍ଦ୍ଦିଷ୍ଟ ହୋଇଅଛି]
ଅନୁବାଦ
[ସମ୍ପାଦନା]- ୩. ଯେଉଁ ରସ କୌଣସି ପାତ୍ରରୁ ଝରି ପଡ଼ିଥାଏ — ୩. Dropping; a liquid dropped from a pot.
- ୪. ରିକ୍ତୀକୃତ ପାତ୍ରରେ ରହିଥିବା ରସାବଶେଷ — ୪. Dregs.
- ୫. ଶେଷ ରହିଯିବା ବସ୍ତୁ — ୫. Remains; leavings.
- ୬. ଯେଉଁ ନାଳଦ୍ୱାରା କୌଣସି ଅଞ୍ଚଳର ସମସ୍ତ ଜଳ ନିଗିଡ଼ିକରି ବୋହିଯାଏ; ସଫେଇ ନାଳ — ୬. Drainage channel.
- ୭. ଜଳମୟ ବସ୍ତୁ ଥିବା ପାତ୍ରକୁ ଅଣେଇଦେଇ ବା ଓଲଟାଇଦେଇ କିଛିକ୍ଷଣ ରଖିବାଦ୍ୱାରା ଉକ୍ତ ପାତ୍ରରୁ ଜଳୀୟ ବସ୍ତୁ ନିଃଶେଷିତ ହେବା — ୭. Emptying out of a liquid from a pot by inverting it or holding it aslant for some time.
- ୮. (ଲକ୍ଷଣାର୍ଥ) ସାର ବସ୍ତୁ; ସାରାଂଶ — ୮. (figurative) Essence.
- ୯. (ଲକ୍ଷଣାର୍ଥ)—ସାର ମର୍ମ; ତାତ୍ପର୍ଯ୍ୟ — ୯. (figurative) Purpot; substance.
ବିଶେଷଣ -
[ସମ୍ପାଦନା]- ୧. ଚିପୁଡ଼ା ଯାଇଥିବା (ରସ) — ୧. Squeezed out (juice).
- ୨. ଢାଲୁ (ଜମି); ଯେଉଁ ଜମିରୁ ପାଣିଯାକ ନିଗଡ଼ିଯାଏ — ୨. Slopping (land).
- ୩. ସମ୍ପୁର୍ଣ୍ଣରୂପେ ଯହିଁରୁ ପାଣି ନିଗିଡ଼ି ଥାଏ; ଜଳାଦି ନିଃଶେଷିତ ହୋଇଥିବା (ପତ୍ରାଦି) — ୩. Drained uot; squeezed out.
- ୪. ପାତ୍ରାଦିକୁ ଅଣାଇ ଦେବା ବା ଲେଉଟାଇ ଦେବାଦ୍ୱାରା ତହିଁରୁ କ୍ଷରିତ (ରସାଦି) —୪. (liquid) Dropped or oozed from an inverted or inclined pot.