Jump to content

ନିଗମନ

ଉଇକିଅଭିଧାନ‌ରୁ

ନିଗମନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଗମନ)

[ସମ୍ପାଦନା]
୧. ଚଳନ; ବାଟ ଚାଲିବା — ୧. Going; walking.
୨. ନ୍ୟାୟାଶାସ୍ତ୍ରାନୁଗତ ନିର୍ଦ୍ଧାରଣ — ୨. Logical conclusion; the winding up of a syllogism; summing up of an argument or conclusion in a syllogisom.

[ ଦ୍ର—ଆର୍ଯ୍ୟ ନ୍ୟାୟଶାସ୍ତ୍ରରେ ଅନୁମାନର ୫ଟି ଅବୟବ ନିର୍ଦ୍ଦିଷ୍ଟ ହୋଇ ଅଛି ଯଥା—ପ୍ରତିଜ୍ଞା, ହେତୁ, ଉଦାହରଣ, ଉପନୟ ଓ ନିଗମନ ୧ ଏଠାରେ ନିଆଁ ଅଛି (ପ୍ରତିଜ୍ଞା), ୨ କାରଣ, ଏଠାରେ ଧୂଆ ଅଛି (ହେତୁ), ୩ ଯେଉଁଠାରେ (ଯଥା—ରୋଷଇ ଘରେ) ଧୁଆଁ ଥାଏ ସେଠାରେ ଅବଶ୍ୟ ନିଆଁ ଥାଏ; (ଉଦା— ହରଣ), ୪ ବର୍ତ୍ତମାନ ଆମ୍ଭେ ଦେଖୁଥାଇଁ ଯେ ଏଠାରେ ଧୁଆଁ ଅଛି (ଉପନୟ) ୫ ଅତଏବ ଏଠାରେ ଅବଶ୍ୟ ନିଆଁ ଅଛି (ନିଗମନ) ଶେଷୋକ୍ତ ୪ଟି ସୋପାନଦ୍ୱାରା ପ୍ରତିଜ୍ଞାରେ ପହଞ୍ଚିବାକୁ ହେବ ନିଗମନର ଅନ୍ୟ ନାମ ପ୍ରତ୍ୟାମ୍ନାୟ—ହିନ୍ଦୀ - ଶବ୍ଦସାଗର ]

୩. ଉପସଂହାର —୩. Conclusion.
୪. ଛଳ —୪. Pretence.