ନିଜଚାଷ
ଦେଖଣା
ନିଜଚାଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନିଜିଚାଷ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ନିଜ+କୃଷି)
[ସମ୍ପାଦନା]ଜମିଦାର ନିଜେ ଚାଷ କରିବା ଜମି; ଖମାର ଚାଷ — Land cultivated by the zamindar. himself; nijchas; nijjote.
[ଦ୍ରଷ୍ଟବ୍ୟ —ଓଡ଼ିଶା ପ୍ରଜାସ୍ୱତ୍ୱ ଆଇନର ବିଧାନ ଅନୁସାରେ ଜମିଦାରଙ୍କ ନିଜର ହଳ ଓ ମୂଲିଆଙ୍କଦ୍ୱାରା ଚାଷ କରାଯାଉଥିବା ଜମି ମଧ୍ୟରୁ ଯେଉଁ ଜମି ୧୮୯୮: ସାଲର ପ୍ରୋଭିନ୍ସିଆଲ୍ ବନ୍ଦୋବସ୍ତରେ ଜମିଦାରଙ୍କ ନିଜଚାଷ ବୋଲି ବନ୍ଦୋବସ୍ତ ରେକଡ଼ରେ ଦରଜ ହୋଇଥିଲା ଓ ପରବର୍ତ୍ତୀ ବନ୍ଦୋବସ୍ତରେ ମଧ୍ୟ ନିଜଚାଷ ବା ନିଜଯୋତ ବୋଲି ଦରଜ ହୋଇଅଛି ତାହା ନିଜଯୋତ ବୋଲି ଗୃହୀତ ହେବ ଏହା ଛଡ଼ା ଜମିଦରଙ୍କ ଖାସ୍ ଦଖଲରେ ଥିବା ଅନ୍ୟ ଜମିମାନ ନିଜଚାଷ ଅଟେ ନିଜ ଯୋତ ଜମି ପ୍ରଜାକୁ ବିକ୍ରି କରାଗଲେ ତହିଁରେ ପ୍ରଜାର ସ୍ଥିତିବାନ୍ ସ୍ୱତ୍ୱ ଉଦ୍ଭବ ହୋଇ ନ ପାରେ, କିନ୍ତୁ ନିଜଚାଷ ଜମିରେ ପ୍ରଜାର ସ୍ଥିତିବାନ ସ୍ୱତ୍ୱ ଉଦ୍ଭବ ହୁଏ]