ନିଠାଇ
ଦେଖଣା
ନିଠାଇ
ଉଚ୍ଚାରଣ
[ସମ୍ପାଦନା]ନିଟାଇ, ନିଟେଈ, ନିଠାଇ କରି, ନିଠିଆଇ, ନିଠେଇ, ନିଠେଇକରିଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଠାଇ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଅଳସୁଆଭାବରେ — ୧. Lazily.
- ୨. ଧୀରେ ଧୀରେ ଓ ଉତ୍ତମରୂପେ — ୨. Throughly and slowly; slowly and surely; fastidiously.
- ୩. ଦାନ୍ତ ଚିପି କରି ଧୀର ଭାବରେ (କଥା କହିବା) — ୩. (to speak) By shutting the jaws.
- ୪. ଜୋର୍ କରି —୪. Forcibly; with force.
ଟଙ୍କାରିଲେ ଯେ ଧନୁକୁ ନିଠାଇ—କୃଷ୍ଣସିଂହ. ମହାଭାରତ. ବନ
- ୫. ବାରମ୍ୱାର —୫. Repeatedly.
ଅନୁବରତରେ ତା ଘୋଷିଲେ ନିଠାଇ—କୃଷ୍ଣସିଂହ. ମହାଭାରତ. ବନ
- ୬. ଦୃଢ଼ ଭାବରେ —୬. Firmly.
ଦ୍ରୌପଦୀଙ୍କର କେଶ ଧଇଲେ ନିଠାଇ—କୃଷ୍ଣସିଂହ. ମହାଭାରତ. ସଭା
- ୭. ଧୀରେ ସୁସ୍ଥେ; ବିଳମ୍ୱରେ —୭. Slowly.
- ୮. ଭଲ କରି; ଅଭିନିବେଶପୂର୍ବକ —୮. Closely.
ନିଠାଇ ଚାହିଁଲେ ମନେ ହୁଏ ପ୍ରତେ—ମଧୁସୂଦନ, ଉତ୍ତରରାମଚରିତ
- ୯. ଯତ୍ନପୂର୍ବକ —୯. Carefully.
ତହିଁ ପିଠା ବ୍ୟଞ୍ଜନ ଥୋଇଲେ ନିଠାଇ—କୃଷ୍ଣସିଂହ. ମହାଭାରତ. ବନ
- ୧. ତନ୍ନ ତନ୍ନ କରି —୧୦. Minutely; throughly.
ଖୋଜିଲେ ଚାରିପଟେ ସେ ଫୁଲ ନିଠାଇ—କୃଷ୍ଣସିଂହ. ମହାଭାରତ. ବନ
- ୧୧. ଜୋର୍ରେ; ବିଶେଷରୂପେ —୧୧. Strongly.
ବହିଲା ସମୀରଣ ଅତି ନିଠିଆଇ—କୃଷ୍ଣସିଂହ. ମହାଭାରତ. ବନ
- ୧୨. ବହୁ ପରିମାଣରେ —୧୨. Profusely.
ଗୋପାଳେ ଦୂର୍ଯ୍ୟୋଧନ ବାକ୍ୟେ ବଶ ହୋଇ ଦୁଧ ଛେନା ଯେ ବହି ଦେଲେ ନିଠିଆଇ—କୃଷ୍ଣସିଂହ. ମହାଭାରତ. ବନ
- ୧୩. (ସଂସ୍କୃତ - ନିଷ୍ଠୁର) ନିଷ୍ଠୁର ଭାବରେ —୧୩. Cruelly.
ତାହାଙ୍କୁ ତୁମ୍ଭେ ଦଣ୍ଡ ଦେବ ନିଠିଆଇ—କୃଷ୍ଣସିଂହ. ମହାଭାରତ. ବନ
- ୧୪. ନିଷ୍ଠାସହକାରେ —୧୪. Perseveringly.