ନିତିବାର
ନିତିବାର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉତ୍କଳର ନୂତନ ବ୍ୟାୟାମ ପଦ୍ଧତିର ପ୍ରବର୍ତ୍ତକ ଯୁବକ ଶ୍ରୀ ରାଧାଶ୍ୟାମ ଦାସଙ୍କ ପ୍ରବର୍ତ୍ତିତ ସକଳ ଶ୍ରେଣୀର ଓ ସକଳ ବୟସର ବ୍ୟକ୍ତି (ବିଶେଷତଃ ଯୁବକ)ଙ୍କର ପ୍ରତିଦିନ ୨ ମିନିଟ ପାଇଁ କର୍ତ୍ତବ୍ୟ ବାର ଗୋଟି ବ୍ୟାୟାମ ସାଧନ —The daily dozen; a dozen special physical exerise to be practised daily by persons old and young, devised by the young Oria physical expert Rādhāṡyāma Dāsa.
[ଦ୍ରଷ୍ଟବ୍ୟ —ଏହା ୧୯୨୫: ମସିହାରେ ଶ୍ରୀମାନ୍ ରାଧାଶ୍ୟାମ ଦାସଙ୍କଦ୍ୱାରା ଉଦ୍ଭାବିତ ଭାରତୀୟ ଯୋଗ ଆସନ, ନାଟ୍ୟକଳାର ଭାବରଙ୍ଗ ଓ ଅଙ୍ଗପ୍ରତ୍ୟଙ୍ଗ ସାଧାରଣପ୍ରାକୃତିକ ସଂଚାଳନ ଉପରେ ଏହୀ ନିତିବାରର ବିଭିନ୍ନ ବ୍ୟାୟାମ ଗୁଡ଼ିକ ପ୍ରତିଷ୍ଠିତ ପ୍ରତ୍ୟେକ
ବ୍ୟାୟାମରେ 'ପ୍ରାଣାୟାମ' ବା ନିଶ୍ୱାସଦ୍ୱାରା ପବନ ନେବା ଓ ଛିଡ଼ିବାର ବ୍ୟବସ୍ଥା ଅଛି ଶରୀରର ସକଳ ଅଙ୍ଗପ୍ରତ୍ୟଙ୍ଗର ସୁଚାଳନ ଓ ଉନ୍ନତି ବିଧାନ ନିମନ୍ତେ ଏଗୁଡ଼ିକ ବିଶେଷ ଉପଯୋଗୀ ଶରୀରର ବାହ୍ୟ ଓ ଆଭ୍ୟନ୍ତରିକ ସକଳ ଅଙ୍ଗପ୍ରତ୍ୟଙ୍ଗ ଓ ଯନ୍ତ୍ର ସମୂହ (ଯଥା—ମାଂସପେଶୀ; ଚର୍ମ୍ମ, ଅସ୍ଥି, ସ୍ନାୟୁମଣ୍ଡଳୀ, ଫୁସ୍ଫୁସ୍, ହୃଦଯନ୍ତ୍ର, ପାକସ୍ଥଳୀ, ଅନ୍ତ୍ର, ଯକୃତ୍, ପ୍ଳୀହା ଓ ବିଭିନ୍ନ ଗ୍ରନ୍ଥି (ସକଳ), ଏପରି କି ଦୃଷ୍ଟିଶକ୍ତି ଓ ମସ୍ତିଷ୍କ ପ୍ରଭୃତିକୁ ସୁସ୍ଥ, ସକଳ ଓ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଏହି ନିତିବାର ବ୍ୟାୟାମ ପ୍ରଣାଳୀଟି ବଡ଼ ଉପାଦେୟ ଅଟେ ଶରୀର ଓ ମନର କ୍ରମବିକାଶ ଏହାଦ୍ୱାରା ସାଧିତ ହୁଏ ଶୀରୀରିକ ସ୍ୱାସ୍ଥ୍ୟ, ଶକ୍ତି ଓ ସୌନ୍ଦର୍ଯ୍ୟ ରକ୍ଷା ଓ ବୃଦ୍ଧି ଏହି ବ୍ୟାୟାମର ପ୍ରଧାନ ଉଦ୍ଦେଶ୍ୟ ଆବାଳ—ବୃଦ୍ଧ—ବନିତା ସମସ୍ତେ ବିଭିନ୍ନ ବୟସରେ ବିଭିନ୍ନ ବ୍ୟାୟାମ ଏହି ପ୍ରଣାଳୀରେ କରି ପାରନ୍ତି ଏହା ସମୟ ଅର୍ଥ ଓ ଉପକରଣସାପେକ୍ଷ ନୁହଁ
ଉତ୍କଳରେ ଉତ୍କଳର ବାହାରେ ବହୁ ଶତ ଲୋକଙ୍କଦ୍ୱାରା ଏହା ଅଭ୍ୟାସ କରା ଯାଉଅଛି କେବଳ ଓଡ଼ିଶାର ଗଡ଼ଜାତ ରଜ୍ୟ— ମାନଙ୍କରେ ଏହି ମୋଗଲବନ୍ଦିର କେତେକ ମ୍ୟୁନସିପାଲଟିର ସ୍କୁଲ ମାନଙ୍କରେ ଏହି ବ୍ୟାୟାମ ବାଧ୍ୟତମୂଳକ ଭାବରେ ପ୍ରଚଳିତ ହେବାଦ୍ୱାରା ଏହି ଅଳ୍ପ ସମୟ ମଧ୍ୟରେ ପ୍ରାୟ ତିରିଶ ହଜାର ଛାତ୍ର ନିତ୍ୟ ନିୟମିତ ଭାବରେ ଏହା ଅଭ୍ୟାସ କରୁଅଛନ୍ତି—ଶ୍ରୀମାନ୍ ରାଧାଶ୍ୟାମଙ୍କ ଲିଖିତ ନୋଟ୍]