ନିତ୍ୟ
ଦେଖଣା
ନିତ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ଅ. (ନି=ନିୟତ+ଭବାର୍ଥ. ତ୍ୟ)
[ସମ୍ପାଦନା]- ୧. ଅନନ୍ତକାଳ — ୧. Eternally; perpetually.
- ୨. ସର୍ବଦା; ନିରନ୍ତର; ସତତ — ୨. Constantly; always.
- ୩. ଅହରହଃ; ପ୍ରତିଦିନ —୩. Daily; everyday.
(ନିତ୍ୟା—ସ୍ତ୍ରୀ)
(ନିତ୍ୟତା, ନିତ୍ୟତ୍ୱ—ବି)
ବିଶେଷଣ -
[ସମ୍ପାଦନା]- ୧. ଚିରସ୍ଥାୟୀ —୧. Perpetual; permanent; constant.
- ୨. କାଳତ୍ରୟ ବ୍ୟାପୀ; ଚିରନ୍ତନ — ୨. Eternal; ever-lasting.
- ୩. ଅବିରାମ; ଧାରାବାହିକ — ୩. Continuous; uninterrupted; incessant.
- ୪. ପ୍ରାତ୍ୟହିକ; ଦୈନନ୍ଦିନ —୪. Daily; diurnal.
- ୫. ଅକ୍ଷୟ; ଅବିନଶ୍ୱର — ୫. Imperishable; indestructible.
- ୬. ଯାହାର ଉଲ୍ଲଘଂନ ବା ଅନ୍ୟଥାଭାବ ଘଟେ ନାହିଁ — ୬. Not admitting of transgression or transformation; invariable.
- ୭. ଯାହା ନିୟମିତରୂପେ ଘଟେ ବା କରାଯାଏ (ବିପରୀତ ନୈମତ୍ତିକ) — ୭. Regular; usual; ordinary.
- ୮. ଯାହା ପ୍ରତିଦିନ କରିବାର ବିଧାନ ଅଛି (ବିପରୀତ— କାମ୍ୟ) —୮. Prescribed to be performed regularly; fixed for everyday.
- ୯. ଯାହା ଅବଶ୍ୟ କର୍ତ୍ତବ୍ୟ — ୯. Obligatory; compulsory; not optional.
- ୧. ଅପରିହାର୍ଯ୍ୟ; ଅତ୍ୟାବଶ୍ୟକ — ୧୦. Necessary; essential (Apte).
ବିଶେଷ୍ୟ -
[ସମ୍ପାଦନା]ସମୁଦ୍ର —The Ocean.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିତ୍ୟସ୍ଥଳ)
[ସମ୍ପାଦନା]ନିତ୍ୟସ୍ଥଳ; ବୈକୁଣ୍ଠ — Heaven; Bishṇu's abode.
ତାଙ୍କ ମଧ୍ୟରେ ତୁହି ଏକା, ନିତ୍ୟରେ ହୋଇବୁ ନାଏକା ଯଶୋବନ୍ତ. ପ୍ରେମଭକ୍ତିଗୀତା
[ଦ୍ରଷ୍ଟବ୍ୟ —ନିତ୍ୟ ଶବ୍ଦ ଅନ୍ୟ ଶବ୍ଦ ପରେ ସମାସରେ ଯୁକ୍ତ ହେଲେ ଅମୁକ ସ୍ଥାନରେ ସତତ ବାସ କରୁଥିବା (ଯଥା—ଅରଣ୍ୟନିତ୍ୟ, ଜାହ୍ନବୀତୀରନିତ୍ୟ), ଅମୁକ କାର୍ଯ୍ୟ ସତତ କରୁଥିବା (ଯଥା— ଧ୍ୟାନ ନିତ୍ୟ, ଆଦାନ ନିତ୍ୟ ଅର୍ଥ ହୁଏ—ଆପ୍ତେ)]