ନିତ୍ୟ କର୍ମ
ଦେଖଣା
ନିତ୍ୟ କର୍ମ
ଉଚ୍ଚାରଣ
[ସମ୍ପାଦନା]ନିତ୍ୟକୃତ୍ୟ, ନିତ୍ୟକ୍ରିୟା—ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ନିତ୍ୟ କରାଯିବା କର୍ମ)
[ସମ୍ପାଦନା]- ୧. ମନୁଷ୍ୟ ଜୀବନରେ ଦୈନନ୍ଦିନ କର୍ତ୍ତବ୍ୟ କର୍ମ — ୧. The daily duties of a man; daily routine.
ଯାଅ ଯେ ଯାହାର ଭୁବନ ନିତ୍ୟ କର୍ମରେ ଦିଅ ମନ ଭୂପତି. ପ୍ରେମପଞ୍ଚାମୃତ
- ୨. ଦୈନିକ ସନ୍ଧ୍ୟାବନ୍ଦନାଦି —୨. Daily prayers.
- ୩. ଦନ୍ତଧାବନ, ବହିର୍ଦେଶ ଗମନ ଓ ସ୍ନାନ ଆଦି ଦୈନିକ କାର୍ଯ୍ୟମାନ — ୩. Washing of face and body, answering calls of nature and ablution wich one performs daily.
[ଦ୍ରଷ୍ଟବ୍ୟ —ଯେଉଁ ସବୁ କର୍ମ ମନୁଷ୍ୟର ଶକ୍ତି ଥାଉ ଥାଉ କରା ନ ଗଲେ ପ୍ରତ୍ୟବାୟ ହୁଏ, ଅଥଚ ପ୍ରତ୍ୟହ ନିୟମିତ ଭାବରେ କଲେ ପୁଣ୍ୟ ଲାଭ ହୁଏ ନାହିଁ ସେ ସବୁ କର୍ମ ନିତ୍ୟକର୍ମ ନାମରେ ଅଭିହିତ—ପ୍ରକୃତିବାଦ
ହିନ୍ଦୁଶାସ୍ତ୍ର (ଯଥା ମୀମାଂସା) ଅନୁସାରେ ଧର୍ମାନୁଷ୍ଠାନ ବା କର୍ମକୁ ୩ ଶ୍ରେଣୀରେ ବିଭକ୍ତ କରା ଯାଇଅଛି ଯଥା—୧ ନିତ୍ୟ କର୍ମ— ଯାହା ପ୍ରତିଦିନ କରିବାକୁ ହେବ ଓ ନ କଲେ ପ୍ରତ୍ୟବାୟ ବା ପାପ ହୁଏ, ଯଥା—ପଞ୍ଚ ଯଜ୍ଞ, ସନ୍ଧ୍ୟା ବନ୍ଦନାଦି; ୨ ନୈମତ୍ତିକ କର୍ମ— ଯାହା ବିଶିଷ୍ଟ ଉପଲକ୍ଷରେ ଅନୁଷ୍ଠିତ ହୁଏ, ଯଥା—ଦ୍ୱିଜାତିର ସଂସ୍କାରାଦି କର୍ମ, ବିଭିନ୍ନ ଯଜ୍ଞ କର୍ମ, ପ୍ରାୟଶ୍ଚିତ୍ତ ଓ ୩ କାମ୍ୟକର୍ମ— ଯାହା କୌଣସି ବିଶିଷ୍ଟ କାମନା ବା ଉଦ୍ଦେଶ୍ୟ ଲାଭ ଆଶାରେ ଅନୁଷ୍ଠିତ ହୁଏ, ଯଥା—ପୁତ୍ରେଷ୍ଟି ଯଜ୍ଞ, ଗ୍ରହଯଜ୍ଞ—ହିନ୍ଦୀ - ଶ]