ନିଧି
ଦେଖଣା
ନିଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ଧା ଧାତୁ+କର୍ମ. ଇ)
[ସମ୍ପାଦନା]- ୧. ରତ୍ନ — ୧. Gem.
- ୨. ଧନ; ସମ୍ପତ୍ତି —୨. Wealth; riches; treasure.
- ୩. (+ଅଧିଅ)—ଆଧାର, ଭଣ୍ଡାର —୩. Receptacle.
- ୪. ଆଶ୍ରୟ ସ୍ଥାନ —୪. Asylum.
- ୫. ନାଳିକା ନାମକ ଗନ୍ଧ ଦ୍ରବ୍ୟ — ୫. Name of a perfume.
- ୬. ଜୀବକ ନାମକ ଔଷଧ — ୬. Name of a rare medicinal herb.
- ୭. ବହୁମୂଲ୍ୟ ଦ୍ରବ୍ୟ —୭. Vạluable thing.
- ୮. ସମୁଦ୍ର —୮. Ocean.
- ୯. ଧାନାଗାର; ଅମାର —୯. Granary; treasury.
- ୧. ନୀଡ଼; ପକ୍ଷୀର ବସା —୧୦. Bird's nest.
- ୧୧. ଭୂଗର୍ଭସ୍ଥ ଅସ୍ୱାମିକ ଧନ — ୧୧. Treasure trove.
- ୧୨. ଗଚ୍ଛିତ ବସ୍ତୁ —୧୨. A deposit; a trust.
- ୧୩. ବନ୍ଧକ —୧୩. A pledge.
- ୧୪. କୁବେରଙ୍କ ନିକଟରେ ଥିବା ୯ ପ୍ରକାର ରତ୍ନ — ୧୪. The nine gems said to be possession of 'Kubera', the God of wealth.
[ ଦ୍ର—ପଦ୍ମ,ମହାପଦ୍ମ,ଶଙ୍ଖ, ମକର, ମୁକୁନ୍ଦ,କୁନ୍ଦ, ନୀଳ ଓ ଖର୍ବ ଏମାନଙ୍କୁ ନବନିଧି ବୋଲାଯାଏ]
- ୧୫. ନିକ୍ଷେପ; ନ୍ୟାସ; ଗଚ୍ଛିତ ରଖିବା — ୧୫. Depositing; entrusting.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପ୍ରିୟତମ ବ୍ୟକ୍ତି ପ୍ରତି ବାତ୍ସଲ୍ୟାର୍ଥେ ପ୍ରଯୁକ୍ତ ଶଦ୍ଦ) ନିଧି ପରି ପ୍ରିୟତମ ବ୍ୟକ୍ତି (ପୁରୁଷ ଓ ସ୍ତ୍ରୀ) — ୧. (a term addressed to one's dearest person My treasure).
- ୨. (ପୁଂ) ଲୋକଙ୍କୁ ଦିଆଯିବା ନାମ — ୨. A name given to males.
- ୩. (ପୁଂ) ଦୟାନିଧି, ଗୁଣନିଧି, ବାଞ୍ଛାନିଧି ଆଦିଙ୍କ ଡାକ ନାମ — ୩. A name used for calling persons whose names end with nidhi.