ନିନ୍ଦା
ଦେଖଣା
ନିନ୍ଦା
ଉଚ୍ଚାରଣ
[ସମ୍ପାଦନା]ପ୍ରଶଂସା, ସ୍ତୁତିବିପରୀତ
ସଂସ୍କୃତ - ବିଶେଷ୍ୟ - (ନିନ୍ଦ. ଧାତୁ+ଭାବ. ଅ+ଆ)
[ସମ୍ପାଦନା]- ୧. ଦୁର୍ନାମ; ଅପବାଦ —୧. Libel; slander; defamation.
- ୨. କୁତ୍ସା —୨. Accusation; reviling.
- ୩. ଗାଳି; ଭର୍ତ୍ସନା —୩. Reproach; censure; abuse.
- ୪. ଦୋଷ ଦେବା —୪. Blaming; condemnation; vilification.
[ଦ୍ରଷ୍ଟବ୍ୟ —ଅବିଦ୍ୟମାନ ଦୋଷର ପ୍ରକାଶକୁ ନିନ୍ଦା ଓ ବିଦ୍ୟମାନ ଦୋଷର ପ୍ରକାଶ ପରିବାଦ ବୋଲାଯଏ—ମନୁ, କୁଲ୍ଲୁକ ଭଟ୍ଟ]
ଦେଶଜ - ବିଶେଷଣ -
[ସମ୍ପାଦନା]ନିନ୍ଦ୍ୟ; ନିନ୍ଦିତ —Blameworthy.
ବିପ୍ର କ୍ଷତ୍ରିୟ ବେନି ବର୍ଣ୍ଣ, ବର୍ଜିବ ନିନ୍ଦା ବୃତ୍ତିମାନ ଜଗନ୍ନାଥ ଭାଗବତ
===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ନିଂଦାଇ)
ଧାନ ବିଲରୁ ଘାସ ବଛା —The weeding out of grass etc. from paddy fields.