ନିପଟ
ଦେଖଣା
ନିପଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ନିତାନ୍ତ)
[ସମ୍ପାଦନା]- ୧. ନିତାନ୍ତ; ଅତ୍ୟନ୍ତ; ଅତିଶୟ — ୧. Very; quite.
ନିପଟ ନିସ୍ତେଜ ଦିଶୁଛି ତ ଆଜ ନିରଳସ ଚନ୍ଦ୍ରମୂଖ— କବିସୂର୍ଯ୍ୟ, କିଶୋରୀଚମ୍ପୁ. ଙ—ଗୀତ
- ୨. ସମ୍ପୂର୍ଣ୍ଣରୂପେ; ସମ୍ୟକ୍ରୂପେ — ୨. Wholly; utterly; completely.
କେଉଁ ସତୀ ସେ ପୁଟ ଭେଦନେ ଅଛି ନଟ ସ୍ନେହୁ ନିପଟ ହୋଇ ନିରାଶ କବିସୂର୍ଯ୍ୟ. ସଙ୍ଗୀତ
- ୩. ନିଶ୍ଚେଁ; ନିଃସନ୍ଦେହରେ; ସ୍ପଷ୍ଟରୂପେ — ୩. Cleary; undoubtedly; certainly.
ଟଭାପୀନସ୍ତନା ସେ ଗୁଣକୁ ମନା କରି ଦେଲୁ କି ନିପଟ— କବିସୂର୍ଯ୍ୟ. ସଙ୍ଗୀତ
- ୪. କେବଳମାତ୍ର; ତୁଚ୍ଛା —୪. Only.
ବଚନ ସୁଧାସାର ପ୍ରତିଭଟ, ପେଟୁଯାକ ନିପଟ କପଟ— କବିସୂର୍ଯ୍ୟ, କବିତା
- ୫. କେବେହେଁ; ଆଦୌ — ୫. Ever; at all; at any time.
ନାହିଁ ବୋଲିବା ବାଣୀ, ନିପଟ ନାହିଁ ଶୁଣି କବିସୂର୍ଯ୍ୟ. କିଶୋରୀଚମ୍ପୁ, ନ—ଗୀତ
- ୬. ପ୍ରକୃତରେ; ସତେ — ୬. Truly; indeed.