ନିବେଶନ
ଦେଖଣା
- ଗୃହ; ନିବାସ
- ବସିବା ସ୍ଥାନ
- ନଗର
- ପ୍ରବେଶ ଦ୍ଵାର
- ବିନ୍ୟାସକରଣ
- ହିସାବ ଚଢାଇବା; ଲେଖି ରଖିବା
- ଉପବେଶନ
- ସ୍ଥାପନ
- ସଂକ୍ରମଣ
- କିଛିକାଳ ପାଇଁ ବାସ କରିବା
- ବସା; ଡେରା
- ନୀଡ଼ନିବେଶନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ବିଶ୍ ଧାତୁ ଣିଚ ବେଶି ଧାତୁ+ଅଧିକରଣେ ଅନ)
[ସମ୍ପାଦନା]- ୧. ଗୃହ; ନିବାସ —୧. House; residence; abode.
- ୨. ବସିବା ସ୍ଥାନ —୨. Seat.
- ୩. ନଗର —୩. Town; city.
- ୪. (+କରଣେ. ଅନ) ପ୍ରବେଶଦ୍ୱାରା —୪. Entrance.
- ୫. (+ଭାବ. ଅନ) ବିନ୍ୟାସକରଣ — ୫. Arrangement; array.
- ୬. ହିସାବ ଚଢ଼ାଇବା; ଲେଖି ରଖିବା — ୬. Entering in to account; inscribing.
- ୭. ଉପବେଶନ —୭. Sitting.
- ୮. (ନି+ବିଶ୍ ଧାତୁ+ଭାବ. ଅନ) ସ୍ଥାପନ —୮. Placing; fixing.
ମଧ୍ୟେ କର ନିବେଶନ ଖସୁଁ ଖୋସିବା ବସନ ବିରଙ୍ଗ କେଶ ବସନ କେଡ଼େ ପ୍ରସନ୍ନ—ଭଞ୍ଜ. ପ୍ରେମସୁଧାନିଧି
- ୯. ସଂକ୍ରମଣ —୯. Passing by.
- ୧. କିଛିକାଳ ପାଇଁ ବାସ କରିବା — ୧୦. Halting; encamping (Apte).
- ୧୧. ବସା; ଡେରା —୧୧. Lodgings; camp.
- ୧୨. ନୀଡ଼ —୧୨. Nest.