Jump to content

ନିମ

ଉଇକିଅଭିଧାନ‌ରୁ

ନିମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶଳାକା; ଶଂକୁ (ହିନ୍ଦୀ - ଶ.) — Stake; pin (M.W.)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ନିମ୍ୱ)

[ସମ୍ପାଦନା]

ନିମ୍ୱ; ତିକ୍ତପତ୍ର ପ୍ରସିଦ୍ଧ ଗ୍ରାମ୍ୟ ତରୁ— ବିଶେଷ —The margosa; Neem tree; Melia Azadirachta.

[ଦ୍ରଷ୍ଟବ୍ୟ — ଏହାର ପତ୍ର ଓ ଛାଲ ପିତା; ଫୁଲ ଧଳା ଓ ଛୋଟ ଏବଂ ସୁଗନ୍ଧଯୁକ୍ତ, ମଞ୍ଜ କାଠ ନାଲିଆ ଫଳ କୋଳି ପରି ପାଚିଲା ନିମଫଳକୁ କୁଆ ଗିଳି ଦେଇ ବିଷ୍ଠାସଙ୍ଗରେ ଯେଉଁ ନିମ ମଞ୍ଜି ତ୍ୟାଗ କରେ ସେହି ମଞିରୁ ଗଛ ଉଠିବାର ଦେଖା ଯାଏ ନିମର ପତ୍ର, ମଞ୍ଜି ଓ ଛେଲି ଔଷଧରେ ଲାଗେ ବୈଦ୍ୟଶାସ୍ତ୍ର ମତରେ ଏହା ଶୀତବୀର୍ଯ୍ୟ, ଲଘୁ, ଧାରକ, କଟୂବିପାକ, ଅଗ୍ନି, ଓ ବାୟୁନାଶକ, ଅହୃଦ୍ୟ ଏହା ଶ୍ରାନ୍ତି, ତୃଷ୍ଣା, କାସ, ଜ୍ୱର, ଅରୁଚି, କୃମି, ବ୍ରଣ, ପିତ୍ତ, କଫ, ବମୀ, କୁଷ୍ଠ, ହୁଲ୍ଲାସ ଓ ପ୍ରମେହନାଶକ ନିମ ପତ୍ରର ରସ ଚକ୍ଷୁର ହିତକର ନିମଫଳ ତିକ୍ତ ରସ ଭେଦକ,ସ୍ନିଗ୍ଧ ଏହା ଗୁଳ୍ମ, ଅର୍ଶ, କୃମି ଓ ପ୍ରମେହନାଶକ ଗୃହ ନିକଟରେ ଥିବ ନିମଗଛର ପବନ ଦେହରେ ବାଜିଲେ ଶରୀର ରୋଗଶୂନ୍ୟ ହୁଏ; ଏପରି କି, ବହୁଦିନ ନିମ୍ୱଗଛ ନିକଟରେ ବାସ କଲେ କୁଷ୍ଠରୋଗ ଭଲ ହୁଏ ନିମକାଠକୁ କେହି କେହି ଚନ୍ଦନ କାଠ ଅଭାବରେ ଘୋରି ଚନ୍ଦନ ପରି ଈଷ୍ତ ସୁବାସଯୁକ୍ତ ଲେପ ବାହାରେ ନିମ ଫୁଲ ଓ ପତ୍ରକୁ ଭାଜି ଓ ତରକାରିରେ ମିଶାଇ ଖାଇଲେ ଚର୍ମରୋଗ ଭଲ ହୁଏ ନିମ ପତ୍ରକୁ ହଳଦି ସଙ୍ଗେ ବାଟି ଲଗାଇଲେ ଚର୍ମରୋଗ ଭଲ ହୁଏ ବସନ୍ତ ରେଗୀର ଦେହରେ ରୋଗର ୭ମ ଦିନ ହଳଦି ସଙ୍ଗେ ନିମ୍ୱକୁ ବାଟି ଲଗାନ୍ତି ନିମପତ୍ର ବା ଛାଲକୁ ପାଣିରେ ସିଝାଇ ସେଥିରେ ଦୁଷ୍ଟ ବ୍ରଣ, କାଛୁ ଓ କ୍ଷତି ଧୋଇଲେ ତାହା ଦୁଷ୍ଟ— କୀଟାଣୁଶୂନ୍ୟ ହୁଏ ବସନ୍ତ ରୋଗୀକୁ ନିମ ଡାଳରେ ବିଞ୍ଚା ଯାଏ ନିମକାଠରୁ କମାରମାନେ ଅଙ୍ଗାର ତିଆରି କରନ୍ତି ବୈରାଗୀ— ମାନେ ନିମ ଡାଳ ଦାନ୍ତକାଠି ଘଷନ୍ତି ଓ ତଦ୍ୱାରା କାମ କ୍ରୋଧାଦି

ରିପୁ ବଂଶୀଭୂତ ହୁଅନ୍ତି ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କର ଦାରୁମୂର୍ତ୍ତି ନିମ କାଠରେ ତିଆରି ହୁଏ ମହାଳ (ମହାନିମ୍ୱ) ଏକପ୍ରକାର ନିମ ଗଛ ]